ଜି ଉଦୟଗିରି : ଗୁରୁବାର ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଶାସକ ବିଜେଡି ଦଳର ବାଜିମାତ ହୋଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ୩ ପ୍ରମୁଖ ଦଳର ପ୍ରାର୍ଥୀନୀ ବିଜେଡି ଦଳରୁ ଦେବସ୍ମିତା ଶତପଥି ମୋଟ ୩୧୧୧ ଭୋଟ ପାଇଥିବା ବେଳେ, ବିରୋଧୀ ବିଜେପି ପକ୍ଷରୁ ରଞ୍ଜିତା ନାୟକ ୭୫୬ ଭୋଟ ପାଇଥିଲେ, ସେହିପରି କଂଗ୍ରେସ ପ୍ରାର୍ଥୀନୀ ମଧୁଲିଁନା ଦିଗାଲ ୬୧୪ ଟି ଭୋଟ ପାଇଥିବା ବେଳେ ନୋଟାରେ ୩୮ଟି ଭୋଟ ପଡ଼ିଥିଲା। ସେହିପରି ଜାତୀୟ କଂଗ୍ରେସ ଗତ ଥର ଅପେକ୍ଷା ଚଳିତ ନିର୍ବାଚନରେ ଭୋଟ ହାର ବଢ଼ିଥିବା ବେଳେ, ଶାସକ ବିଜେଡି ଗତ ନିର୍ବାଚନ ଠାରୁ ୧୧୨୭ ଭୋଟ ବ୍ୟବଧାନରେ ବାଜିମାତ କରିଥିବା ଜଣାପଡ଼ିଛି।
Popular Categories



