www.samajalive.in
Tuesday, December 9, 2025
16.1 C
Bhubaneswar

ଭୋଟ୍‌‌ ଦେଉଛି ତେଲଙ୍ଗାନା ; ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୬୪ ପ୍ରତିଶତ ମତଦାନ

ହାଇଦରାବାଦ : ତେଲଙ୍ଗାନାର ୧୧୯ଟି ବିଧାନସଭା ଆସନ ପାଇଁ ଗୁରୁବାର ଭୋଟ୍‌‌ ଗ୍ରହଣ ହେଉଛି। ବହୁ ସଂଖ୍ୟକ ଲୋକ ସେମାନଙ୍କର ମତଦାନ ସାବ୍ୟସ୍ତ ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତିା ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଛି। ଅପରାହ୍ନ ୫ ଟା ପର୍ଯ୍ୟନ୍ତ ମତଦାନ ଚାଲିବ।
ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ ଟା ସୁଦ୍ଧା ତେଲଙ୍ଗାନାରେ ୨୦.୬୪ ପ୍ରତିଶତ ମତଦାନ ହୋଇଛି। ସକାଳ ୯ ଟା ସୁଦ୍ଧା ୮.୫୨ ପ୍ରତିଶତ ମତଦାନ ହୋଇଥିଲା।
ସୂଚନା ଯୋଗ୍ୟ,୧୦୬ଟି ବିଧାନସଭା କ୍ଷେତ୍ରରେ ସନ୍ଧ୍ୟା ୫ଟା ଓ ୧୩ଟି ନକ୍ସଲ ପ୍ରଭାବିତ ବିଧାନସଭା କ୍ଷେତ୍ରରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ୧୩ ଟି ନିର୍ବାଚନମଣ୍ଡଳୀରେ ସକାଳ ୭ ଟାରୁ ୪ ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ଏହି ଅବଧି ମଧ୍ୟରେ, ୩ କୋଟିରୁ ୨୬ ଲକ୍ଷରୁ ଅଧିକ ଲୋକ ଭୋଟ୍ ଦେବେ। ଭୋଟ୍ ପାଇଁ ସାରା ରାଜ୍ୟରେ ୩୫,୬୫୫ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ତେଲେଙ୍ଗାନାରେ ନିର୍ବାଚନରେ ମୋଟ ୨,୨୯୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଆରଏସ, କଂଗ୍ରେସ ଏବଂ ବିଜେପି ମଧ୍ୟରେ ତ୍ରିପାକ୍ଷିକ ଲଢେଇ ହେଉଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories