www.samajalive.in
Sunday, December 14, 2025
16.1 C
Bhubaneswar

ବୃଦ୍ଧି ହେବ ପିଏମ୍‌-କିଷାନ ସମ୍ମାନ ନିଧି ଅର୍ଥ : ମୋଦୀଙ୍କ ବଡ ଘୋଷଣା

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବଡ ଘୋଷଣା କରିଛନ୍ତି। ହନୁମାନଗଡରେ ଏକ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ପିଏମ୍-କିଷାନ ସମ୍ମାନ ନିଧିର ଅର୍ଥ ୧୨,୦୦୦ ଟଙ୍କା ବୃଦ୍ଧି କରାଯିବ। ଏବେ ପିଏମ୍ କିଷାନ ସମ୍ମାନ ନିଧିରେ ଦେଶର କୃଷକମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ପ୍ରଦାନ କରାଯାଉଛି। ଏହି ଅର୍ଥ ତିନିଟି କିସ୍ତିରେ ଦିଆଯାଉଛି। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ରାଜସ୍ଥାନରେ ବିଜେପି କ୍ଷମତାକୁ ଆସିଲେ କୃଷକମାନଙ୍କ ଠାରୁ ଏମଏସପି ଦରରେ ଫସଲ କିଣିବା ସହିତ ପ୍ରତି ଫସଲ ଉପରେ ବୋନସ ପ୍ରଦାନ କରିବ। ରାଜସ୍ଥାନର କୃଷକମାନଙ୍କୁ ଯେଉଁମାନେ ଠକିଛନ୍ତି ସେମାନଙ୍କୁ ଭୋଟର କେବେହେଲେ କ୍ଷମା କରିବେ ନାହିଁ। କଂଗ୍ରେସ ଓ ‘ଇଣ୍ଡିଆ’ ମେଣ୍ଟର ନେତାଙ୍କୁ ସମାଲୋଚନା କରି ମୋଦୀ କହିଥିଲେ ଯେ ଏହି ନେତାମାନେ ମହିଳାଙ୍କୁ ନିୟମିତ ଅସମ୍ମାନ କରିଆସୁଛନ୍ତି। କଂଗ୍ରେସ ଶାସିତ ରାଜସ୍ଥାନରେ ମହିଳା ବିରୋଧୀ ହିଂସା ବଢି ଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। କଂଗ୍ରେସ ଶାସନରେ ଦୁର୍ନୀତି ଓ ପରିବାର ରାଜନୀତି ବିନା ଅନ୍ୟ କିଛି ହୁଏ ନାହିଁ। ତୁଷ୍ଟୀକରଣ ରାଜନୀତି ଦ୍ବାରା ଦଳ ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ଗୁରୁତ୍ବ ଦେଇଥାଏ। ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଡିସେମ୍ବର ୩ରେ ଭୋଟ ଗଣତି ହେବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories