www.samajalive.in
Saturday, December 13, 2025
26.1 C
Bhubaneswar

ଆଜିଠୁ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର : ମଙ୍ଗଳବାରଠାରୁ ବିଧାନସଭାର ୩୦ଦିନିଆ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଚଳିତଥର ଗୃହ କିଭଳି ଶାନ୍ତିଶୃଙ୍ଖଳାର ସହ ଚାଲିବ ତାକୁ ନେଇ ବିଧାନସଭା ପ୍ରକୋଷ୍ଠରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୋଶଳୀ ଭାଷା ପ୍ରସଙ୍ଗ ଜୋର ଧରିଥିଲା। ଏହାସହିତ ଦୀର୍ଘଦିନର ଅଧିବେଶନ କାଳରେ ପ୍ରତ୍ୟହ ଦୁଇଟି ଲେଖାଏଁ ମୁଲତବୀ ପ୍ରସ୍ତାବ ରଖିବା ପାଇଁ ଆଲୋଚନା ହୋଇଛି।
ସର୍ବଦଳୀୟ ବୈଠକ ପରେ ଶ୍ରୀମତୀ ମଲ୍ଲିକ ସୂଚନା ଦେଇଥିଲେ ଯେ, ଗୃହ କିଭଳି ସୁରୁଖୁରୁରେ ଚାଲିବ ସେଥିପାଇଁ ସବୁ ବିଷୟରେ ଆଲୋଚନା ହୋଇଛି। କୋଭିଡ ସମୟରେ ଯେଉଁ କଟକଣା ଥିଲା ତାହା ଏବେ ନାହିଁ। ପ୍ରାରମ୍ଭରେ ପୂର୍ବତନ ବାଚସ୍ପତି ତଥା ସ୍ବର୍ଗତ ମହେଶ୍ୱର ମହାନ୍ତି ଏବଂ ଅନ୍ୟ ଦିବଂଗତଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯିବ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବିଧାନସଭା ଚାଲିବ। ଗୃହ ସୁରୁଖୁରୁରେ ଚାଲିବା ଲାଗି ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି।
ସେ କହିଥିଲେ ଯେ, ଯେଉଁ ସଦସ୍ୟଙ୍କ ଦେହ ଅସୁସ୍ଥ ରହିବ ସେମାନେ ଅନୁମତି ନେଇ ଆସନରେ ବସି କହିପାରିବେ। କୋଶଳୀ ଭାଷାରେ ବିଧାନସଭାରେ କହିବା ପାଇଁ ବିରୋଧୀ ପ୍ରସ୍ତାବ ରଖିଛନ୍ତି। ବର୍ତ୍ତମାନ ଆମ ପାଖରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଭବିଷ୍ୟତରେ ଏନେଇ ବ୍ୟବସ୍ଥା କରିବୁ। ଏ ସଂକ୍ରାନ୍ତରେ କିଛି ନୀତି ନିୟମ ରହିଛି। କୋଶଳୀ ଭାଷାର କ୍ଷିପ୍ର ଲେଖକ ନାହାନ୍ତି। ଭବିଷ୍ୟତରେ ଏହାକୁ କାର୍ଯ୍ୟକାରୀ କରାଯିବ। ତେଣୁ ବର୍ତ୍ତମାନ କୋଶଳୀ ଭାଷାରେ ବିଧାନସଭାରେ କହିଲେ ତାହା ରେକର୍ଡ ହୋଇ ପାରିବ ନାହିଁ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ। ସର୍ବଦଳୀୟ ବୈଠକ ପରେ କଂଗ୍ରେସ ବିଧାୟକଦଳ
ନେତା ନରସିଂହ ମିଶ୍ର କହିଥିଲେ ଯେ, କୋଶଳୀ ଭାଷାରେ ଗୃହରେ ମତ ରଖିବା ଲାଗି ସୁଯୋଗ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ବାଚସ୍ପତି କହିଲେ, କ୍ଷିପ୍ର ଲେଖକ ବା ରିପୋର୍ଟର ନଥିବାରୁ ଏହି ଅଧିବେଶନରେ ରେକର୍ଡ ସମ୍ଭବ ନୁହେଁ। ଆଗାମୀ ଦିନରେ ଏନେଇ ବ୍ୟବସ୍ଥା କରାଯିବ। କାରଣ ସଦସ୍ୟମାନଙ୍କ ବିବୃତି ଯଦି ରେକର୍ଡ ନହୁଏ ତାହେଲେ ଫଳପ୍ରଦ ହେବନାହିଁ। ମାତ୍ର କୋଶଳୀ ଭାଷାରେ ଯେଉଁ ସଦସ୍ୟ ଚାହିଁବେ କହିପାରିବେ।
ଶ୍ରୀ ମିଶ୍ର କହିଥିଲେ ଯେ, ଚଳିତ ଅଧିବେଶନ ଲାଗି ୩୦ଦିନିଆ ବିଜ୍ଞପ୍ତି ଜାରି ହୋଇଥିଲେ ହେଁ ସରକାରଙ୍କ ପକ୍ଷରୁ ସେଭଳି କିଛି କାର୍ଯ୍ୟ ଥିବା ଭଳି ଲାଗୁ ନାହିଁ। ଏପର୍ଯ୍ୟନ୍ତ କୌଣସି ବିଧେୟକ ଆସିବା ଉପରେ କୁହାଯାଇନାହିଁ। ତେଣୁ ମୁଲତବୀ ଆଲୋଚନାକୁ ଅଧିକ ଗୁରୁତ୍ବ ଦେବା ଲାଗି ଦାବି କରାଯାଇଛି। ହେଲେ ବାଚସ୍ପତି ଏସମ୍ପର୍କରେ କୌଣସି ନିଷ୍ପତ୍ତି ଜଣାଇ ନାହାନ୍ତି।
ସେହିପରି ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝି କହିଥିଲେ ଯେ, ବୈଠକରେ ଦୁଇଟି ପ୍ରସଙ୍ଗ ଉପରେ ବିଶେଷ ଭାବେ ଆଲୋଚନା ହୋଇଛି। ସରକାରଙ୍କ ପକ୍ଷରୁ ଯେଉଁ ୩୦ଦିନିଆ ଅଧିବେଶନ ବିଜ୍ଞପ୍ତି ଜାରି କରାଯାଇଛି ବାସ୍ତବରେ ସରକାରଙ୍କ ହାତରେ ସେଭଳି କିଛି କାର୍ଯ୍ୟ ନାହିଁ। କେବଳ ନିୟମକୁ ଆଖିଠାର ଦେଇ ଅବଧି ବଢ଼ାଇଛନ୍ତି। ତେଣୁ ଏହି ଅବଧି କାଳରେ କିଭଳି ରାଜ୍ୟର ପ୍ରମୁଖ ପ୍ରସଙ୍ଗଗୁଡିକ ମୁଲତବୀ ଆକାରରେ ଆଲୋଚନା ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହାସହିତ କୋଶଳୀ ଭାଷାରେ ସଦସ୍ୟମାନେ ଗୃହରେ କିଭଳି ଉପସ୍ଥାପନ କରିବେ ତାହା ଉପରେ ଆଲୋଚନା ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories