www.samajalive.in
Thursday, December 11, 2025
15.1 C
Bhubaneswar

ପାହାଡପୁରରେ ଆଜି ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌‌ଘାଟନ କରିବେ ରାଷ୍ଟ୍ରପତି

ଡେସ୍କ : ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଦ୍ରେୀପଦୀ ମୁର୍ମୁ ଆଜି ପାହାଡପୁରଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ରର ଉଦ୍‌‌ଘାଟନ କରିବେ। ଏଥିସହ ରାଷ୍ଟ୍ରପତି ବାଦାମପାହାଡ଼ ରେଳଷ୍ଟେସନ୍‌‌ରୁ ୩ଟି ନୂତନ ଟ୍ରେନ୍‌‌ ଚଳାଚଳର ଶୁଭାରମ୍ଭ କରିବେ । ଏହି ଅବସରରେ ରାଷ୍ଟ୍ରପତି ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସ୍‌‌ରେ ବାଦାମପାହାଡ଼ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବେ।
ଏହାଛଡା ସେ ରାଇରଙ୍ଗପୁର ଡାକ ଡିଭିଜନ୍‌‌ର ଉଦ୍‌‌ଘାଟନ କରିବା ସହ ବାଦାମପାହାଡ଼ ରେଳଷ୍ଟେସନର ପୁନଃବିକାଶପାଇଁ ଶିଳାନ୍ୟାସ କରିବେ । ଆଜି ଅପରାହ୍ଣରେ ରାଷ୍ଟ୍ରପତି ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପଞ୍ଚଦଶ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସେ ସମ୍ବଲପୁରଠାରେ ବ୍ରହ୍ମକୁମାରୀ ପକ୍ଷରୁ
ଆୟୋଜିତ ହେବାକୁ ଥିବା ‘ଜାତୀୟ ଶିକ୍ଷା ଅଭିଯାନ – ନୂଆ ଭାରତ ପାଇଁ ନୂଆ ଶିକ୍ଷା’ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ମୟୂରଭଞ୍ଜର କୁଳିଅଣାଠାରେ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟକୁ ଉଦ୍‌‌ଘାଟନ କରିବା ସହ ବାରିପଦାଠାରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ମହୋତ୍ସବରେ ଯୋଗ ଦେଇଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories