www.samajalive.in
Sunday, December 14, 2025
19.1 C
Bhubaneswar

ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ବିଦ୍ୟାର୍ଥୀଙ୍କ ଲୁକାୟିତ ପ୍ରତିଭାକୁ ଅଧିକ ପ୍ରସ୍ପୁଟିତ କରିଥାଏ

ଗୁରୁଡିଝାଟିଆ : ଯୁବଶକ୍ତିକୁ ଅଧିକ ସଶକ୍ତ, ପ୍ରଗତିଶୀଳ ,ଦେଶ ମାତୃକା ଭାବରେ ଗଢିତୋଳିବା ସହିତ ସେମାନଙ୍କ ଲୁକାୟିତ ପ୍ରତିଭାକୁ ଅଧିକ ପ୍ରଜ୍ୱଳିତ କରିବା କ୍ଷେତ୍ରରେ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମର ଭୂମିକା ବେଶ ମହତ୍ୱପୂର୍ଣ୍ଣ ବୋଲି ବାଳିସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ କାର୍ଯ୍ୟକ୍ରମକୁ ଉଦଘାଟନ କରି ବିଶିଷ୍ଟ ଅତିଥିବୃନ୍ଦ ଏହି ମତପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ଅଧ୍ୟକ୍ଷତା କରିଥିଲେ। ଆଠଗଡ ଡେପୁଟୀ କଲେକ୍ଟର ମଧୁସ୍ମୀତା ବିଶି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୁବଶକ୍ତି ଦେଶ ପ୍ରଗତିର କର୍ଣ୍ଣଧାର। ପ୍ରତିକୂଳ ପରିବେଶରେ ସକାରାତ୍ମକ ଭାବନା ନେଇ ଆଗକୁ ବଢି ଦେଶ ପ୍ରଗତିରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସେମାନଙ୍କ କର୍ତ୍ତବ୍ୟ ବୋଲି କହିବା ସଙ୍ଗେ ସଙ୍ଗେ ଅସମ୍ଭବ କାର୍ଯ୍ୟ ଯୁବଶକ୍ତି ନିକଟରେ  ହିଁ  କେବଳ ସମ୍ଭବ ହୋଇଥାଏ। ନିଜକୁ ଚିହ୍ନି ଲକ୍ଷ୍ୟ ଓ ସାଧନା ପଥକୁ ଆଗେଇ ନେବା ସେତେ ସହଜ ନହେଲେ ମଧ୍ୟ ଏହା ଯୁବଶକ୍ତିଙ୍କ ନିକଟରେ ସଫଳ ରୂପାୟନ ହୋଇଥାଏ । ଏହାଦ୍ୱାରା ନିଜ ମାଟି ମାଆ ,ଶିକ୍ଷାନୁଷ୍ଠାନ ଓ ଦେଶ ପ୍ରଗତିରେ ସହାୟକ ହେବା ସହ ଉତ୍ତରପିଢି ପାଇଁ ସୁନ୍ଦର ପଥ ଛାଡିଯାଇଥାଏ ବୋଲି କହିଥାଏ। ସାମ୍ବାଦିକ ଶ୍ୱେତକାନ୍ତ ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଗାରିମା ଓ ଗୌରବରେ ଦେଶକୁ ଯଶକୀର୍ତ୍ତି ଦେଇଥିବା ସହୀଦ୍ ଭଗତସିଂ, ବାଜିରାଉତ, ପୂଣ୍ୟାତ୍ମା ଗୋପବନ୍ଧୁ, ସୁଭାଷ ଚନ୍ଦ୍ର ବୋଷ ଓ ସ୍ୱାମୀ ବିବେକାନନ୍ଦ ଆମ୍ଭମାନଙ୍କ ଆଦର୍ଶ । ସେମାନଙ୍କ ଜୀବନାଦର୍ଶକୁ ଅନୁସରଣ କଲେ କାର୍ଯ୍ୟକ୍ରମ ସଫଳ ରୂପାୟିତ ହୋଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ପ୍ରାଧ୍ୟାପକ ଦେବେନ୍ଦ୍ରନାଥ ଦାଶ ଅତିଥି ପରିଚୟ ଓ ସ୍ୱାଗତଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପିକା ସୁନନ୍ଦା ସାହୁ, ପ୍ରାଧ୍ୟାପକ ସୁବ୍ରତ କୁମାର ଷଡଙ୍ଗି, ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ସାମଲ, ରଶ୍ମୀରଞ୍ଜନ ମହାପାତ୍ର, ମନୋଜ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚଳନାରେ ସକ୍ରିୟ ସହଯୋଗ କରିଥିଲେ। ଆଜିର ଉଦଘାଟନୀ ଉତ୍ସବ ପରେ ବିଦ୍ୟାର୍ଥୀମାନେ ଝୋଟି ଓ ସଫେଇ କାର୍ଯ୍ୟ କରିଥିଲେ । ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ଅଜୟ କୁମାର କାଳିଆ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories