www.samajalive.in
Sunday, December 14, 2025
18.1 C
Bhubaneswar

ସୋମବାର ରାଶିଫଳ (୨୦ ନଭେମ୍ବର ୨୦୨୩)

ମେଷ :  ନୀରୋଗ ରହିବେ। ମନ ପ୍ରସନ୍ନ ରହିବ। ବାଲ୍ୟାବସ୍ଥା କିମ୍ବା କୈଶୋର ଅବସ୍ଥା ହୋଇଥିଲେ ଶାରୀରିକ କ୍ଲେଶ ଅନୁଭବ କରିପାରନ୍ତି; ମାତ୍ର ଯୁବାବସ୍ଥାରେ ପୂର୍ଣ୍ଣ ସୁଖ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବୃଷ :  ସୁସ୍ଥ ଓ ନିରାମୟ ରହିବେ। ଭାଗଶାଳୀ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ଉଦର ଓ ଅଣ୍ଟା ବ୍ୟଥା ଅନୁଭବ କରିପାରନ୍ତି। ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା ଓ ବିଦ୍ବାନ୍‌ ହେବେ।

ମିଥୁନ : ରୋଗ ସୃଷ୍ଟି ହେବାର ସମ୍ଭାବନା ଅଛି। ବାଳକ, ବାଳିକାମାନଙ୍କର ନେତ୍ର ରୋଗ ଓ ପିତ୍ତଜନିତ ରୋଗ ଭୋଗ କରିବାର ସମ୍ଭାବନା ରହିଛି। ଅଶୁଭ ସୂଚନା ମିଳୁଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

କର୍କଟ : ବ୍ୟବସାୟ ଲାଭପ୍ରଦ ହେବ। ସମାଜସେବୀଭାବେ ଉଚ୍ଚ ସମ୍ମାନର ଅଧଧିକାରୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବାଳକ, ବାଳିକା, କିଶୋର ଓ କିଶୋରୀମାନେ ଗର୍ବୀ ହୋଇପାରନ୍ତି।

ସିଂହ : ଭ୍ରାତୃଭାବ ନିବିଡ଼ତର ହେବ। ଭୋଜିଭାତରେ ଯୋଗ ଦେଇ ମାନ୍ଦାଗ୍ନି ଭୋଗ କରିପାରନ୍ତି। ଚତୁର ଓ ଶତ୍ରୁହନ୍ତା ହେବେ। ବାଲ୍ୟାବସ୍ଥାର ହୋଇଥିଲେ ଉଦର ବ୍ୟଥାରେ ପଡ଼ି ପ୍ରତିକାର ଲୋଡ଼ି ପାରନ୍ତି।

କନ୍ୟା : ମନ୍ତ୍ର, ତନ୍ତ୍ର ଓ ଜ୍ୟୋତିଷ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ପ୍ରଚୁର ଧନ ପ୍ରାପ୍ତିର ସୂଚନା ମିଳୁଛି। ଧାର୍ମିକ ଓ ତେଜସ୍ବୀ ହେବେ। ପତ୍ନୀ ଆଜ୍ଞାକାରିଣୀ ହୋଇପାରନ୍ତି। ବାଳକ/ବାଳିକାମାନେ ଲାଜକୁଳି ହୋଇପାରନ୍ତି।

ତୁଳା : ଉଦାର ସ୍ବଭାବ ଓ ଦାନଶୀଳ ହୋଇପାରନ୍ତି। କୃଷି କର୍ମକାରୀ ଓ ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବାଲ୍ୟକାଳ ସୁଖପ୍ରଦ ହେବ। ବୟସାଧିକ ଯୋଗୁଁ ସାମୟିକ ଅସୁସ୍ଥତା ଅନୁଭବ କରିବେ।

ବିଛା : ଈଶ୍ବର ବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। ମଧୁରଭାଷୀ ହେବେ। ବାଲ୍ୟାବସ୍ଥାରେ ଥଣ୍ଡାକଫଜନିତ କ୍ଲେଶ ଭୋଗ କରିପାରନ୍ତି। ସର୍ବତ୍ର ବିଜୟୀ ହେବେ। ଅଧିକ ରୋଜଗାର ପାଇଁ ବିଦେଶ ଗମନ କରିବେ।

ଧନୁ : ଭାଗ୍ୟଶାଳୀ ହୋଇପାରନ୍ତି। ବାଳକ, ବାଳିକା ଓ କିଶୋର, କିଶୋରୀମାନେ ଯୁବାବସ୍ଥାକୁ ଆସିଲେ ଚର୍ମ ରୋଗରୁ ମୁକ୍ତ ହୋଇ ସୁନ୍ଦର ସ୍ବାସ୍ଥ୍ୟ ସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମକର : ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ସହ ଧନ ଲାଭ ହୋଇପାରେ। ବ୍ୟବସାୟମୁଖୀ ହୋଇପାରନ୍ତି । ବାଳକ, ବାଳିକା ଓ କିଶୋର, କିଶୋରୀମାନେ ସ୍ମରଣ ଶକ୍ତିହୀନ ହୋଇପାରନ୍ତି।

କୁମ୍ଭ : କର୍ମଚଞ୍ଚଳ ରହିବେ। ନିରୋଳା ସ୍ଥାନରେ ସମୟ ବିତାଇବାକୁ ଇଚ୍ଛା କରିବେ। ଯୁବାବସ୍ଥାରେ କ୍ରୋଧୀ ହୋଇପାରନ୍ତି। ସ୍ବାସ୍ଥ୍ୟ ନିମିତ୍ତ ହାନିପ୍ରଦ ହୋଇପାରେ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି।

ମୀନ : ଦିନଟି ମଙ୍ଗଳମୟ ହେବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହୋଇଥିବାରୁ ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସୁଖୀ ହେବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories