www.samajalive.in
Tuesday, December 9, 2025
26.1 C
Bhubaneswar

ପାଲେଷ୍ଟାଇନ୍‌କୁ ଦ୍ବିତୀୟ ପର୍ଯ୍ୟାୟ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ : ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ଭାରତ ରବିବାର ପାଲେ‌ଷ୍ଟାଇନ୍‌କୁ ଦ୍ବିତୀୟ ପର୍ଯ୍ୟାୟ ସହାୟତା ପଠାଇଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ‘ଏକ୍ସ’ ପୋଷ୍ଟରେ ଘୋଷଣା କରିଛନ୍ତି। ମନ୍ତ୍ରୀ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ପାଲେଷ୍ଟାଇନ୍‌ବାସୀଙ୍କ ନିମନ୍ତେ ଆମେ ମାନବୀୟ ସହାୟତା ପଠାଇବା ଜାରି ରଖିଛୁ। ୩୨ ଟନ୍‌ର ସହାୟତା ବହନ କରି ଭାରତୀୟ ବାୟୁସେନାର ବିମାନ ‘ସି ୧୭’ ଇଜିପ୍ଟର ଏଲ୍‌-ଏରିସ୍‌ ବିମାନ ବନ୍ଦର ଅଭିମୁଖେ ଉଡ଼ାଣ କରିଛି। ଏ ଏରିସ ବିମାନ ବନ୍ଦର ଗାଜା ଷ୍ଟ୍ରିପ୍‌କୁ ସଂଯୋଗ ଲାଗି ରହିଥିବା ରାଫ୍ା ସୀମା ଠାରୁ ମାତ୍ର ୪୫ କିମି ଦୂର। ଅକ୍ଟୋବର ୨୨ରେ ଭାରତ ପ୍ରଥମ ପର୍ଯ୍ୟାୟରେ ପାଲେଷ୍ଟାଇନ୍‌କୁ ୩୮ ଟନ୍‌ ମେଡିକାଲ୍‌ ଓ ବିପର୍ଯ୍ୟୟକାଳୀନ ରିଲିଫ୍‌ ସାମଗ୍ରୀ ପଠାଇଥିଲା।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories