www.samajalive.in
Monday, December 15, 2025
15.1 C
Bhubaneswar

ଧବଳେଶ୍ୱର ପୀଠରେ ଭିଡ ନିୟନ୍ତ୍ରଣ ପାଇଁ ପୁଲିସ ନାକେଦମ

ଗୁରୁଡିଝାଟିଆ :  ପ୍ରଭୁ ଧବଳେଶ୍ୱର ପୀଠରେ ଆଜି ରବିବାର ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ରୁଣ୍ଡ ହୋଇଥିଲେ। ସ୍ଥାନୀୟ ପୁଲିସ ଓ ପ୍ରଶାସନର କଳନା ବାହାରେ ଥିଲା । ଶ୍ରଦ୍ଧାଳୁମାନେ ଦୀର୍ଘ ସମୟ ଧରି ଧାଡିରେ ରହିବା ସହ ଗର୍ଭଗୃହରେ ଠେଲାପେଲା ହୋଇଥିଲେ। ଶୃଙ୍ଖଳିତ ଭାବରେ ଜଣକ ପରେ ଜଣେ ଛଡା ନଯାଇ ହଠାତ୍ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଗର୍ଭଗୃହ ଓ ମନ୍ଦିର ବେଢାରେ ରୁଣ୍ଡ ହେବା ଫଳରେ ପୁଲିସ ନାକେଦମ ହୋଇ ପଡିଥିଲେ। ଅଧିକ ସଂଖ୍ୟକ ପୋଲିସ ଛିଡା ହୋଇ ଭିଡକୁ ନିୟନ୍ତ୍ରଣ କରିଥିଲେ। ଅନୁରୂପ ଭାବେ ବହୁ ସଂଖ୍ୟକ ୪ଚକିଆ ଗାଡିରେ ଶ୍ରଦ୍ଧାଳୁମାନେ ଆସିବା ଫଳରେ ପୁରୁଣା କଟକ ସମ୍ବଲପୁର ରାସ୍ତାର ମଞ୍ଚେଶ୍ୱର ଓ ପାଇକରାପୁର ଠାରେ ଟ୍ରାଫିକ ଠପ୍ ହୋଇଯାଇଥିଲା । ଦୀର୍ଘସମୟ ଧରି ଗାଡିଚଳାଚଳ ବନ୍ଦ ହୋଇଯାଇଥିଲା। ବାଧ୍ୟ ହୋଇ ଗୁରୁଡିଝାଟିଆ ପୁଲିସ ପକ୍ଷରୁ ନୂଆପାଟଣା ନିକଟରୁ ଭାରୀଯାନ ଓ ୪ଚକିଆଯାନକୁ ୫୫ନଂ ଜାତୀୟ ରାଜପଥ ପାର୍ଶ୍ବକୁ ଛଡାଯାଇଥିଲା। ଆଜି ନୀତିପାଳିଆ ଧୃବଚରଣ ପତ୍ରୀ ପ୍ରଭୁଙ୍କ ନୀତିକାନ୍ତି ସଂପନ୍ନ କରିଥିଲେ । ଭୋର ୩ଟାରୁ ପ୍ରଭୁଙ୍କ ମଙ୍ଗଳ ଆଳତୀ, ସ୍ନାନ, ଧୂପ ପରେ ବାଳଭୋଗ ଓ ସିଙ୍କୁଡିଭୋଗ ଅର୍ପଣ କରାଯାଇଥିଲା।
ଧବଳେଶ୍ୱର ପୂଜକଙ୍କୁ ପରିଚୟ ପତ୍ର ପକାଇବା ପାଇଁ ଉପଜିଲ୍ଲାପାଳଙ୍କ ପରାମର୍ଶ
ଦୈନିକ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ପୀଠକୁ ହଜାରହଜାର ଶ୍ରଦ୍ଧାଳୁ ଆସୁଛନ୍ତି । ଏପରିକି କାର୍ତ୍ତିକ ମାସରେ ଧବଳେଶ୍ୱର ପୂଜକଙ୍କ ସହିତ ବିଭିନ୍ନ ଗାଁମାନଙ୍କୁ କିଛି ପୂଜକ ପୀଠକୁ ଆସି ପୂଜା କରିଥାନ୍ତି ଏବଂ ଚନ୍ଦନ ମଧ ଲଗାଇଥାନ୍ତି ନିଜ ପେଟପାଟଣା ଓ ପରିବାର ପାଇଁ କାହିଁ କେବେ ଠାରୁ ପ୍ରଭୁଙ୍କ ପୀଠକୁ ଆସି ପୂଜାର୍ଚ୍ଚନା କରୁଛନ୍ତି । ସେମାନେ କେବଳ ଭୋଗ ମଣ୍ଡପ ନିକଟରେ ପୂଜା କରିଥାନ୍ତି। ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜା କରିବାକୁ ଆସୁଥିବାରୁ ଧବଳେଶ୍ୱର ପୂଜଜ ମାନଙ୍କୁ ପରିଚୟପତ୍ର ପକାଇବା ପାଇଁ ପରାମର୍ଶ ଦିଆଯାଇଛି । ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ତରାଇ ପରାମର୍ଶ ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories