www.samajalive.in
Sunday, December 14, 2025
23.1 C
Bhubaneswar

ଫାଇନାଲ ମ୍ୟାଚ୍‌ ଦେଖିବାକୁ ନିମନ୍ତ୍ରଣ କରାଯାଇ ନଥିଲା : କପିଳ

ଅହମ୍ମଦାବାଦ୍‌ : କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ ରବିବାର ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଫାଇନାଲ ମ୍ୟାଚ୍‌ ଦେଖିବାକୁ ବିସିସିଆଇ ତରଫରୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ଫାଇନାଲ ମ୍ୟାଚ୍‌ ଦେଖିବାକୁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବା କହିଛନ୍ତି ପୂର୍ବତନ ଅଧିନାୟକ କପିଳ ଦେବ। କପିଳଙ୍କ ନେତୃତ୍ବରେ ଭାରତୀୟ ଦଳ ୧୯୮୩ ବିଶ୍ବକପ୍‌ ଜିତିଥିଲା।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କପିଳ ଦେବ କହିଥିଲେ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ ଦେଖିବାକୁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ସେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଯାଇ ନାହାନ୍ତି। ବିଶ୍ବକପ୍‌ ପରି ବୃହତ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ବ୍ୟସ୍ତ ରହିଥିବାରୁ ବିସିସିଆଇ ପଦାଧିକାରୀମାନେ ବୋଧହୁଏ ତାଙ୍କୁ ନିମନ୍ତ୍ରଣ କରିବା କଥା ଭୁଲି ଯାଇଛନ୍ତି ବୋଲି କପିଳ କଟାକ୍ଷ କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories