ଶେଷ ହେଲା ଚାର୍ଧାମ ଯାତ୍ରା : ଶୀତ ଋତୁ ପାଇଁ ବନ୍ଦ ହେଲା ବଦ୍ରିନାଥ ଧାମ
ଡେସ୍କ : ଶୀତ ଋତୁ ପାଇଁ ବଦ୍ରିନାଥ ଧାମ ବନ୍ଦ ହେବା ସହ ଚାର୍ଧାମ ଯାତ୍ରା ଶେଷ ହୋଇଛି । ଉତ୍ତରାଖଣ୍ଡରେ ବଦ୍ରିନାଥ ପୀଠର ଦ୍ବାର ଶନିବାର ଅପରାହ୍ନରେ ବନ୍ଦ ହୋଇଛି ।
ବଦ୍ରିନାଥ ପୀଠକୁ ଆଜି ୪ କ୍ୱିଣ୍ଟାଲ ଗେଣ୍ଡୁ ଫୁଲରେ ସଜା ଯାଇଥିଲା । ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଏହା ଦେଖିବା ପାଇଁ ଏକତ୍ରିତ ହୋଇ ଥିଲେ । ଚଳିତ ବର୍ଷ ୧୮ ଲକ୍ଷ ୧୬ ହଜାର ତୀର୍ଥଯାତ୍ରୀ ବଦ୍ରିନାଥ ଧାମ ପରିଦର୍ଶନ କରିଛନ୍ତି । ପୂର୍ବରୁ ଶୀତ ଋତୁ ପାଇଁ କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମ ବନ୍ଦ ହୋଇ ସାରିଛି ।
Comments are closed.