www.samajalive.in
Wednesday, December 10, 2025
18.1 C
Bhubaneswar

ବିଶ୍ବକପ୍ ମହାମୁକାବିଲା : ଖେଳ ଦେଖିବେ ମୋଦୀ ଓ ଅଷ୍ଟ୍ରେଲିଆ ଉପ-ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ : ଆଇସିସି କ୍ରିକେଟ ବିଶ୍ବକପର ମହାମୁକାବିଲା ​ପାଇଁ ଚାରିଆଡେ ଉତ୍ସୁକତା ଦେଖାଦେଇଛି ।‌ ଗୁଜରାଟରେ ରବିବାର ଫାଇନାଲ୍‌‌ ମ୍ୟାଚ୍‌‌ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍‌‌ ମ୍ୟାଚ୍‌‌ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ଉପ-ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲସ୍‌‌  ଫାଇନାଲ୍‌‌ ମ୍ୟାଚ୍‌‌ ଦେଖିବାକୁ ଯିବାର କାର୍ଯ୍ୟସୂଚୀ ରହିଛି । ଭାରତ ଫାଇନାଲ୍‌‌ରେ ପ୍ରବେଶ କରିଥିବାରୁ ବହୁସଂଖ୍ୟାରେ ବିଦେଶରେ ରହୁଥିବା ଭାରତୀୟମାନେ ଖେଳ ଦେଖିବାକୁ ଆସୁଛନ୍ତି । ପଶ୍ଚିମ ରେଳବାଇ ମୁମ୍ବାଇ ସେଣ୍ଟ୍ରାଲ୍‌‌ -ଅହମ୍ମଦାବାଦ, ବାନ୍ଦ୍ରା-ଅହମ୍ମଦାବାଦ ଏବଂ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ୍‌‌ସ- ଅହମ୍ମଦାବାଦ ମଧ୍ୟରେ ୩ଟି ସୁପର୍‌‌ଫାଷ୍ଟ୍‌‌ ସ୍ପେଶାଲ୍‌‌ ଟ୍ରେନ୍‌‌ ଚଳାଇବାକୁ ନିଷ୍ପତ୍ତି ନେଇଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିରାପତ୍ତା ପରିସ୍ଥିତିର ସମୀକ୍ଷା କରିଛନ୍ତି।
ଆସନ୍ତାକାଲିର ମ୍ୟାଚ୍‌‌ ଆରମ୍ଭ ହେବା ପୂର୍ବରୁ ଏକ ଏୟାର ଶୋ’ ପ୍ରଦର୍ଶନର କାର୍ଯ୍ୟସୂଚୀ ରହିଛି । ଭାରତୀୟ ବିମାନ ବାହିନୀର ସୂର୍ଯ୍ୟକିରଣ ବିମାନ ଟିମ୍‌‌ ଏଥିରେ ଅଂଶ ଗ୍ରହଣ କରିବ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories