ଗୁଡଭେଲା ; ତୁଷୁରା ଥାନା ଅନ୍ତର୍ଗତ ଜାମୁଟ ସ୍ଥିତ ଗଦଗଦାକୁ ବଣ ଭୋଜି ପାଇଁ ଆସିଥିବା ବେଳେ ଗାଧୋଉଥିବା ବେଳେ ଜଣେ ବ୍ୟକ୍ତି ପାଣିରେ ବୁଡିଯାଇ ନିଖୋଜ ଥିବା ଜଣାପଡିଛି। ନିଖୋଜ ଥିବା ବ୍ୟକ୍ତି ଜଣକ ବଲାଙ୍ଗିର ସହର ରାଜେଶ ପୁରୋହିତ ବୋଲି ସୂଚନା ମିଳିଛି। ଖବର ପାଇ ଗୁଡଭେଲା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ନିଖୋଜ ହୋଇଥିବା ରାାଜେଶଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଠାବ କରାଯାଇପାରି ନାହିଁ।
Popular Categories



