www.samajalive.in
Saturday, December 6, 2025
14.1 C
Bhubaneswar

ଅତାବିରାରେ କୋଶଲ ମହାବନ୍ଦ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ୫୩ନଂ ଜାତୀୟ ରାଜପଥ ଉପରେ କୋଶଲ ରାଜ୍ୟ ଗଠନ କରିବା ପାଇଁ ଆଜି ସମ୍ପୂର୍ଣ୍ଣ ଭାବେ ରେଙ୍ଗାଲିକ୍ୟାମ୍ପରୁ ଗୋଡଭଗା ଛକ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ହେବା ସହ ଜାତୀୟ ରାଜପଥରେ ଗାଡ଼ି ଚଳାଚଳକୁ ବନ୍ଦ କରାଯାଇଥିଲା। ଏପରିକି ସ୍କୁଲ, କଲେଜ୍, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ସମ୍ପୂର୍ଣ ବନ୍ଦ ରହିଥିଲା। ଯଦ୍ୱାରା ପଥଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ଓକିଲ ସଂଘରର ସଭାପତି ଦୁର୍ୟୋଧନ ଛତର, ନିର୍ମଳ ପ୍ରଧାନ, ଜନାର୍ଦ୍ଦନ ପ୍ରଧାନ,ଶ୍ରିମନ୍ତ ବାରିକ୍,ରାମ ରତ୍ନାକର ପ୍ରଧାନଙ୍କ ନେତୃତ୍ୱରେ କୋଶଲ ମହାବନ୍ଦ ସଫଳ ହୋଇଥିଲା। ଏଥିରେ ଶହ ଶହ ସଂଖ୍ୟାରେ କୋଶଲ ପ୍ରେମୀ ଓ ଚାଷୀ ସମେତ ଅତାବିରା ଦୋକାନ ,ବଜାର ,ସ୍କୁଲ ,କଲେଜ ବନ୍ଦ କରି କୋଶଲ ମହାବନ୍ଦକୁ ସମର୍ଥନ ଜଣାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories