www.samajalive.in
Sunday, December 14, 2025
23.1 C
Bhubaneswar

ତୁଳସୀ ବୃକ୍ଷ : ଏହି ଉପାୟରେ କଳହ ଦୂର ସହ ସୁଖମୟ ହୋଇଥାଏ ଜୀବନ

ତୁଳସୀ ବୃକ୍ଷ ଘରର ଅଗଣାରେ ରହିଲେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ବାସ୍ତୁ ଦୋଷ ଦୂର ହୋଇଥାଏ। ଜାଣନ୍ତୁ ଘରେ କଳହ ହେଉଥିଲେ ତୁଳସୀଙ୍କ ସହ ଜଡିତ କେଉଁ ଉପାୟ ଆପଣାଇବେ।
ତୁଳସୀ ବୃକ୍ଷ ପୂର୍ବ ଦିଗରେ ରଖିବା ବେଶ ଶୁଭଙ୍କର। ଏହାଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଭଲ ସମ୍ପର୍କ ରହିଥାଏ।
ତୁଳସୀ ବୃକ୍ଷ ଉତ୍ତର-ପୂର୍ବ ଦିଗରେ ରହିବା ମଧ୍ୟ ଶୁଭଙ୍କର। ଦାମ୍ପତ୍ୟ ଜୀବନରେ କଳହ ଓ ସମସ୍ୟା ଲାଗି ରହୁଥିଲେ, ଶାଳଗ୍ରାମଙ୍କୁ ତୁଳସୀ ଅର୍ପଣ କରନ୍ତୁ। ଏହାଦ୍ୱାରା ଖୁଭଫଳ ମିଳିଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ତୁଳସୀଙ୍କ ନିକଟରେ ଶାଳଗ୍ରାମ ରଖନ୍ତୁ।
ନିୟମିତ ତୁଳସୀଙ୍କ ପରିକ୍ରମା କରିବା ଦ୍ୱାରା ଜୀବନରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ସଫଳତା ମିଳିଥାଏ।
ସକାଳେ ଉଠି ସ୍ନାନ ପରେ ତୁଳସୀଙ୍କ ଦର୍ଶନ କରିବା ଶୁଭଙ୍କର। ଏହାଦ୍ୱାରା ସମସ୍ତ ତୀର୍ଥ ଯାତ୍ରା କରିବା ପରି ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଶାସ୍ତ୍ରରେ ତୁଳସୀଙ୍କୁ ସୁନ୍ଦରତା, ସୁଖସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଛି।
ନିୟମିତ ତୁଳସୀଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ଆତ୍ମବିଶ୍ୱାସ ବୃଦ୍ଧି ସହ ଶରୀର ସୁସ୍ଥ ରହିଥାଏ।
ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଉଭୟରେ ତୁଳସୀଙ୍କୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ପ୍ରଦାନ କରାଯାଇଛି। ଘରର ଅଗଣାରେ ସଠିକ ଦିଗରେ ତୁଳସୀଙ୍କୁ ରଖି ପୂଜାର୍ଚ୍ଚନା କରିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ତୁଳସୀ ମଞ୍ଜି ରଖିବା ଦ୍ୱାରା ଧନ,ସମ୍ପତ୍ତି ବୃଦ୍ଧି ସହ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories