www.samajalive.in
Monday, December 15, 2025
16.1 C
Bhubaneswar

ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ପକ୍ଷରୁ ଗୁରୁବାର ସ୍ଥାନୀୟ ଡାକ ବଙ୍ଗଳାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ସଭାପତି ବିମଲ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସଂଘର ସଦସ୍ୟମାନେ ଅଂଚଳର ବିକାଶ ଉପରେ ସମସ୍ୟା ଭିତ୍ତିକ ଖବର ଲେଖିବା ସହିତ ଅଂଚଳର ଜନ ହିତକର କାର୍ଯ୍ୟରେ  ନିଜକୁ ସାମିଲ କରିବା ପାଇଁ କହିଥିଲେ। ସରକାର ସାମ୍ବାଦିକ ମାନଙ୍କ ଅଧିକାର ଉପରେ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନ ଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ସହିତ ପରିବାରଙ୍କୁ  ସ୍ୱତନ୍ତ୍ର ପରିବାର ମଙ୍ଗଳ ଯୋଜନାରେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ଦିବସ ପାଳନ ଅବସରରେ ସଂଘର ଶିବ ଶଙ୍କର ବାଗ(ସହ ସଂପାଦକ), ବରିଷ୍ଠ ସଭ୍ୟ ଜୀବନାନନ୍ଦ ମହାନ୍ତି, କୃତିକର ବାଗ(କୋଷାଧ୍ୟକ୍ଷ), ସଂପାଦକ ସମିମ ଖାନ, କାର୍ଯ୍ୟକାରୀ ସଭାପତି ଗୁରୁଦୟାଲ ହଂସ ଏବଂ ସଭ୍ୟ ବିନୋଦ ସିଂ, କୈଲାଶ ସଗରିଆ ଉପସ୍ଥିତ ଥିଲେ। ସଭାକୁ ଗୁରୁଦୟାଲ ହଂସ ପରିଚାଳନା କରିଥିଲେ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories