କାମାକ୍ଷାନଗର : ରାଜ୍ୟ ବିଜେପି ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ସମସ୍ତ ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ରହିଥିବା ବେଳେ ବୁଧବାର ସେହି କ୍ରମରେ ବିଜେପି କାମାକ୍ଷାନଗର ବ୍ଲକ ଘେରାଉ କରିଛି । ରାଜ୍ୟରେ ଭ୍ରଷ୍ଟାଚାର ବଢି ଚାଲିବା ସହ ବିଭିନ୍ନ ପ୍ରକାର ଦୁର୍ନୀତି ବଢି ଚାଲିଛି । ଆଉ ଏହି ଦୁର୍ନୀତିକୁ ପ୍ରସୟ ଦେଉଛନ୍ତି ସ୍ଥାନିୟ ନେତା ପ୍ରଶାଶନ। ଯାହା ଫଳରେ ସାଧାରଣ ଲୋକମାନେ ସରକାରଙ୍କ ଯୋଜନା ପାଉନହାଁନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟନ ପାଣି ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ଜିଲା ସଭାପତି ନରେଶ ମହାପାତ୍ରଙ୍କ ସମତେ ଶତାଧିକ ଦଳୀୟ କକାର୍ଯ୍ୟକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ଥିଲେ ।ଜିରିଡାମାଳି ଠାରୁ ରାଲି ବାହାରି ସହର ପରିକ୍ରମା କରି ବ୍ଲକ ଆଗରେ ପହଞ୍ଚି ବିକ୍ଷୋଭ କରିଥିଲେ। ଏହି ସମୟରେ ବିଜେପି କର୍ମୀ ମାନେ ବ୍ଲକ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ, ଯାହା ଫଳରେ କିଛି ସମୟ ପାଇଁ ପୁଲିସ ସହିତ ଠେଲାପେଲା ହୋଇଥିବାର ଦେଖିବାକୁ ମିଳିଥିଲା । ପରେ ବିଡିଓଙ୍କୁ ଏକ ଦାବିପତ୍ର ଦେଇଥିଲେ।
Comments are closed.