www.samajalive.in
Friday, December 12, 2025
15.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବକ୍ସିଂ ପୁରୁଷ ଓ ମହିଳା ଚୟନ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆଜି କ୍ରୀଡା ପରିଷଦ ପକ୍ଷରୁ ଅନ୍ତଃ ବିଶ୍ଵବିଦ୍ୟାଳୟ ବକ୍ସିଂ ପୁରୁଷ ଓ ମହିଳା ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆଜି ଚୟନ ହୋଇଥିଲା। ଏଥିରେ ପୁରୁଷ ବର୍ଗରେ ପାରଳାଖେମୁଣ୍ଡି ଏସ.କେ.ସି ଜି କଲେଜରୁ ୬୭ରୁ ୭୧ କେଜି ବର୍ଗ ରେ ଏନ୍.ଜୀବନ ଚନ୍ଦ୍ର, ୪୬ରୁ ୪୮ କେଜି ବର୍ଗରେ ଏନ୍.ଚନ୍ଦ୍ରଶେଖର ଏବଂ ୫୭ ରୁ ୬୦ କେଜି ବର୍ଗରୁ ବି.ନବୀନ, ଡୁରା ରାମନାରାୟଣ କଲେଜରୁ ୪୮ରୁ ୫୧ କେଜି ବର୍ଗରେ ଗଣେଶ କୁମାର ଗୌଡ ଏବଂ ୬୦ରୁ ୬୩ କେଜି ବର୍ଗରେ ବି. ନୀଳକଣ୍ଠ, ଚିକିଟି ମହାବିଦ୍ୟାଳୟରୁ ୭୫ରୁ ୮୦ କେଜି ବର୍ଗରେ ତନ୍ମୟ କୁମାର ସାହୁ ଏବଂ ୫୧ରୁ ୫୪ କେଜି ବର୍ଗରେ ହରିଶ ବେହେରା, ଗୁରାଣ୍ଡି ଏମ.କେ କଲେଜରୁ ୬୩ରୁ ୬୭ କେଜି ବର୍ଗରୁ ନିରଞ୍ଜନ ଅନୁକୂଳ, ଦିଗପହଣ୍ଡି ଖେମୁଣ୍ଡି କଲେଜରୁ ୭୧ ରୁ ୭୫ କେଜି ବର୍ଗରେ ନିହାର ରଞ୍ଜନ ଦାସ ସେହିପରି ମହିଳା ବର୍ଗରେ ଡୁରା ରାମ ନାରାୟଣ କଲେଜରୁ ୪୫ ରୁ ୪୮ କେଜି ବର୍ଗରୁ ନନ୍ଦୀନି ଗୌଡ ଏବଂ ୬୩ ରୁ ୬୬ କେଜି ବର୍ଗରେ ସୃତିସା ରାଣୀ ପାଣିଗ୍ରାହୀ, ବ୍ରହ୍ମପୁର ଏସ୍ ବି ଆର୍ ମହିଳା ମହାବିଦ୍ୟାଳୟରୁ ୫୨ ରୁ ୫୪ କେଜି ବର୍ଗର ମନସ୍ଵିନୀ ସାବତ, ବ୍ରହ୍ମପୁର ମହାମୟୀ ମହିଳା ମହାବିଦ୍ୟାଳୟର ୫୪ ରୁ ୫୭ କେଜି ବର୍ଗରେ ଆୟୁସ୍ମିତା ପାଣିଗ୍ରାହୀ, ବ୍ରହ୍ମପୁର ବିଶବିଦ୍ୟାଳୟ ପିଜି ବିଭାଗରୁ ୬୬ ରୁ ୭୦ କେଜି ବର୍ଗରୁ ଶୁଭଲକ୍ଷ୍ମି ପଣ୍ଡା ଙ୍କୁ ଚୟନ କରାଯାଇଛି। ପଞ୍ଜାବରେ ହେବକୁ ଥିବା ଅନ୍ତଃ ବିଶ୍ଵ ବିଦ୍ୟାଳୟ ବକ୍ସିଂ ପୁରୁଷ ଓ ମହିଳା ପ୍ରତିଯୋଗିତା ପାଇଁ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ଦଳ ଗସ୍ତ ପାଇଁ ଚୟନ ହୋଇଛନ୍ତି। ଚୟନ ବେଳେ କବିରାଜ ଗୌଡ, ଦୁସମନ୍ତ୍ କୁମାର୍ ପାଢ଼ୀ , ପ୍ରଫୁଲ୍ଲ କୁମାର ମହାନ୍ତି, ମନୋରମା ମହାରଣା, ସୁକାନ୍ତ ଦଳେଇ, ସୁଜାତା ରାଣୀ ବିଷୋୟୀ ରହିଥିବା ବେଳେ କ୍ରୀଡା ପରିଷଦ ପକ୍ଷରୁ କ୍ରୀଡା ପରିଷଦ ସମ୍ପାଦକ ପ୍ରଫେସର ଗଣେଶ ସେଠୀ, ରାଜେଶ କୁମାର ମହାନ୍ତି, ରବି ଚରଣ ମିଶ୍ର, ପ୍ରଦୀପ କୁମାର ନାୟକ, ସିଦ୍ଧାର୍ଥ ଶଙ୍କର ପାଢ଼ୀ ଉପସ୍ଥିତ ଥିଲେ। ଏଥିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ସମତେ ୧୧ଟି ମହାବିଦ୍ୟାଳୟରୁ ୨୩ଜଣ ଭାଗ ନେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories