www.samajalive.in
Friday, December 12, 2025
15.1 C
Bhubaneswar

ଗଣ ପଦଯାତ୍ରାରୁ ଆରମ୍ଭ ହେଲା ମହୋତ୍ସବ ପାଇଁ ଅବଗଣନା

ଆଠଗଡ଼: ଗଣ ପଦଯାତ୍ରା, ଲୋଗୋ ଉନ୍ମୋଚନ ଓ ପତାକା ଉତ୍ତୋଳନ ସହିତ ଆଠଗଡ଼ ମହୋତ୍ସବ ପାଇଁ ଅବଗଣନା ଆଜିଠାରୁ ଆରମ୍ଭ ହୋଇଛି। ଶିଶୁ ଦିବସ ଅବସରରେ ମଙ୍ଗଳବାର ଆଠଗଡ଼ ମହୋତ୍ସବ ପାଇଁ ସହରର ରଥଗଡ଼ା ଛକ, ବୀରକିଶୋରପୁର ଛକ ଓ କନ୍ତୋଲ ଛକରୁ ଏହି ଗଣ ପଦଯାତ୍ରା ସକାଳ ୮ଟାରେ ବାହାରି ସହର ପରିକ୍ରମା କରି ପୁରୁଣା ବସଷ୍ଟାଣ୍ଡଠାରେ ଏକତ୍ରିତ ହେବା ପରେ ସେଠାରୁ ମହୋତ୍ସବ ପଡ଼ିଆରେ ପହଞ୍ଚି ଥିଲା। ବୀରକିଶୋରପୁର ଛକରେ ଉପଜିଲ୍ଲାପାଳ ତଥା ମହୋତ୍ସବ ପାଳନ କମିଟିର ଆବାହକ ପ୍ରଶାନ୍ତ କୁମାର ତରାଇ, ରଥଗଡ଼ା ଛକଠାରେ ନଗରପାଳ ସସ୍ମିତା ରାଉତ ଓ କନ୍ତୋଲ ଛକଠାରେ ଉପନଗରପାଳ ବି ଶୁଭ୍ରଶଙ୍କର ଜ୍ୟୋତି ଗଣ ପଦଯାତ୍ରାକୁ ଉଦ୍‌‌ଘାଟନ କରିଥିଲେ। ମହୋତ୍ସବ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ତଥା ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ କୁମାର ସ୍ୱାଇଁ ଓ ନଗରପାଳ ସସ୍ମିତା ରାଉତ ମହୋତ୍ସବର ଲୋଗୋ ଉନ୍ମୋଚନ କରିବା ସହ ପତାକା ଉତ୍ତୋଳନ କରି ମହୋତ୍ସବର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ। ସେଠାରେ ପାର୍ଥସାରଥୀ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଉପଦେଷ୍ଟା ଶ୍ରୀ ସ୍ୱାଇଁ, ନଗରପାଳ ଶ୍ରୀମତୀ ରାଉତ, ଉପନଗରପାଳ ବି ଶୁଭ୍ରଶଙ୍କର ଜ୍ୟୋତି, ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ଓକିଲ ସଂଘର ପୂର୍ବତନ ସଭାପତି ସତ୍ୟେନ ପଣ୍ଡା, ସମନ୍ୱୟ କମିଟି ସଦସ୍ୟ ଯଶୋବନ୍ତ ବାରିକ, ଓକିଲ ସଂଘର ସଭାପତି ଜଗଦାନନ୍ଦ ତ୍ରିପାଠୀ ପ୍ରମୁଖ ଉଦ୍‌‌ବୋଧନ ଦେଇ ଆଠଗଡ଼ ଗଡ଼ଜାତ ଅଞ୍ଚଳର ସମୃଦ୍ଧ କଳା, ଲୋକକଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଉଜ୍ଜୀବିତ ରଖିବା ଓ ଏହାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ପ୍ରଶାସନ ପକ୍ଷରୁ ଆୟୋଜନ ହେଉଥିବା ଏହି ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଗତ ବର୍ଷ ଠାରୁ ଆଠଗଡ଼ ପ୍ରଶାସନ ପକ୍ଷରୁ ଆଠଗଡ଼ ମହୋତ୍ସବ ଆୟୋଜନ କରାଯାଉଛି ଏବଂ ଚଳିତବର୍ଷ ଡିସେମ୍ବର ୧୫ ରୁ ୧୯ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ଏହି ମହୋତ୍ସବ ଆୟୋଜନ ହେବ। ସମନ୍ୱୟ କମିଟି ସଦସ୍ୟ ପ୍ରକାଶ ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅନ୍ୟତମ ସଦସ୍ୟ ସତ୍ୟପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଗଣ ପଦଯାତ୍ରାରେ ଆଠଗଡ଼ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷାବିତ୍‌‌ ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories