କଣ୍ଟାବାଞ୍ଜି: ପବିତ୍ର ଶିଶୁ ଦିବସ ଅବସରରେ ନିର୍ଝରିଣୀ ତରଫରୁ ଓଡ଼ିଆ ଶିଶୁ ସାହିତ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ବାଲ ସାହିତ୍ୟ ପୁରସ୍କାର ପ୍ରାପ୍ତ ଡ.ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ସ୍ଥାନୀୟ ହରିଭବନ ଠାରେ ଏକ ଭବ୍ୟ ଅଭିନନ୍ଦନ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା। ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଈଶ୍ବର ଚନ୍ଦ୍ର ଖମାରୀ, ସମ୍ମାନିତ ଅତିଥି ଭାବରେ ମାଧବଚନ୍ଦ୍ର ମହାନନ୍ଦ, ସଞ୍ଜୟ ଅଗ୍ରୱାଲ, ସମ୍ପାଦକ ଅଗ୍ରୱାଲ ସଭା ଟ୍ରଷ୍ଟ ଯୋଗ ଦେଇଥିଲେ। ଶ୍ରୀ ଷଡ଼ଙ୍ଗୀଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇଥିଲା। ନିର୍ଝରିଣୀର ସଂପାଦକ ବିରଂଚି ନାରାୟଣ ଦାଶ ଉଦ୍ଦେଶ୍ୟ ଜ୍ଞାପନ, ଡ.ନାରାୟଣ ମିଶ୍ର ସଭା ସଂଯୋଜନା ଓ ସହସମ୍ପାଦିକା ଅଞ୍ଜଳି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



