www.samajalive.in
Friday, December 12, 2025
15.1 C
Bhubaneswar

ଜନଜାତି ଜୀବିକା ମିଶନ ତରଫରୁ ଉନ୍ନତ କିସମର ମଞ୍ଜି ପ୍ରଦାନ

ଫୁଲବାଣୀ: ସ୍ଥାନୀୟ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ଫିରିଙ୍ଗିଆ ବ୍ଲକର ଜାଜେସପଙ୍ଗା ଗ୍ରାମ ପଂଚୟାତର ଦୁର୍ଗମ ଲଦଡି ଗ୍ରାମରେ ଆଦିବାସୀ ଚାଷୀ ମାନଙ୍କୁ ବିଧାୟକ ଅଙ୍ଗଦ କହଁର ମୁଖ୍ୟମନ୍ତ୍ରୀ ଜନଜାତୀ ଜୀବିକା ମିଶନ ପକ୍ଷରୁ ବିଭିନ୍ନ କିସମର ଉନ୍ନତ ବିଭିନ୍ନ ମଞ୍ଜି ପ୍ରଦାନ କରିଥିଲେ। ସମୁଦାୟ ୬୭ ଜଣ ସ୍ଥାନୀୟ ଚାଷୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଠାରେ ଉନ୍ନତ ଚାଷ ପ୍ରଣାଳୀ ବିଷୟରେ ଆସିଥିବା କୃଷି ଅଧିକାରୀ ମାନେ ସରଳ ଭାବରେ ଆଲୋଚନା କରିଥିଲେ। ଉକ୍ତ ପଂଚାୟତରେ ୨ ଗୋଟି କୃଷି କ୍ଲଷ୍ଟର ଆଗାମି ରବି ରୂତୁରେ କରାଯିବ ବୋଲି କାର୍ଯ୍ୟକ୍ରମ ପରିଚାଳକ ମୁରଲି ମୋହନ କହିଥିଲେ। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ତରଫରୁ ଆଦିବାସୀଙ୍କ ଜୀବନ ଜୀବିକା ଉନ୍ନତି ପାଇଁ ୧୦ ଏକର ଜମିରେ ମଟର, ୫ ଏକର ଜମିରେ ସୂର୍ଯ୍ୟମୁଖୀ, ୧୦ ଏକର ଜମିରେ କୋବି, ୫ ଏକର ଜମିରେ ଟମାଟୋ ଓ ୫ ଏକର ଜମିରେ ବାଇଗଣ ନିମିତ ଉନ୍ନତ କିସମର ବିହନ ପ୍ରଦାନ କରାଯାଇଥିଲା। ଦିଆଯାଇଥିବା ମଞ୍ଜି କିପରି ପ୍ରକୃଷ୍ଠ ଉତ୍ପାଦନ ହୋଇପାରିବ ସେହି ପରିପ୍ରେଖିରେ ଆଲୋଚନା କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories