କେନ୍ଦୁଝରଗଡ଼଼: ଓଡ଼ିଶାର ମହାମହିମ ରାଜ୍ୟପାଳ ଭାବେ ରଘୁବର ଦାସ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ପାଇଁ ବୁଧବାର ଏକ ଦିନିକିଆ କେନ୍ଦୁଝର ଗସ୍ତରେ ଆସି ‘ବିକଶିତ ଭାରତ ସଙ୍କଳ୍ପ ଯାତ୍ରା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବୋଲି ରାଜଭବନ ପକ୍ଷରୁ ଜଣାପଡ଼ିଛି। ରାଜ୍ୟପାଳ ବୁଧବାର ସକାଳ ୯ଟାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆକାଶମାର୍ଗରେ ଯାତ୍ରାରମ୍ଭ କରି ପୂର୍ବାହ୍ନ ୧୦ଟା ୫ମି.ରେ ରାଇସୁଆଁସ୍ଥିତ ବିମାନ ବନ୍ଦରରେ ଅବତରଣ କରିବେ। ରାଇସୁଆଁସ୍ଥିତ ବିମାନ ବନ୍ଦର ଅତିଥି ଭବନରେ ରାଜ୍ୟପାଳ ରିଫ୍ରେସମେଣ୍ଟ ହେବାପରେ ୧୦ଟା ୩୦ମି.ରେ କାର ଯୋଗେ କେନ୍ଦୁଝର ଅଡିଟୋରିୟମ ଅଭିମୁଖେ ଯାତ୍ରାରମ୍ଭ କରି ୧୦ଟା ୪୫ମି.ରେ ଅଡଟୋରିୟମରେ ପହଞ୍ଚିବେ। ରାଜ୍ୟପାଳ ଶ୍ରୀ ଦାସ ଭାଷଣ ପ୍ରଦାନ ପରେ ପୂର୍ବାହ୍ନ ୧୧ଟା ୧୫ମି.ରେ ଇଣ୍ଡିଆ ଥ୍ରୁ ଲାଇଭ ଲିଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ କରାଯିବ। ଏହାପରେ କେନ୍ଦୁଝର ଅଡିଟୋରିୟମ ବାହାରେ ‘ବିକଶିତ ଭାରତ ସଙ୍କଳ୍ପ ଯାତ୍ରା’ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଶୁଭାରମ୍ଭ କରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ୧୧ଟା ୪୫ମି.ରେ ରାଜ୍ୟପାଳ କେନ୍ଦୁଝର ଅଡିଟୋରିୟମରୁ ବାହାରି ମଧ୍ୟାହ୍ନ ୧୨ଟାରେ ରାଇସୁଆଁ ବିମାନ ବନ୍ଦରରେ ପହଞ୍ଚି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି।
Popular Categories



