ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତୀ ମେଣ୍ଡି ପଞ୍ଚାୟତ ପ୍ରେମଝରି ଗ୍ରାମର ବଳଭଦ୍ର ମଲିକ ବୟସ ୩୪ ପିତା କଣ୍ଠେଶ୍ୱର ମଲିକ ଗତ ଅକ୍ଟୋବର ପନ୍ଦର ତାରିଖ ଦିନ ପାୱାର ଟିଲର ଦ୍ଵାରା ନିଜର ଜମିରେ ହଳ କରିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ଯାହା ଫଳରେ ତାଙ୍କର ଦୁଇ ଗୋଡ଼ରେ ଆଘାତ ହୋଇଥିଲା ପ୍ରଥମେ ଫୁଲବାଣୀ ଜିଲ୍ଲା ମେଡିକାଲକୁ ନିଆଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ କିମ୍ସ ହସ୍ପିଟାଲକୁ ପଠାଇ ଦିଆ ଯାଇଥିଲା। ସେଠାରେ ବର୍ତ୍ତମାନ ଡାହାଣ ଗୋଡ ଅଧିକ ଆଘାତ ହୋଇ ଥିବାରୁ ସେ ଭଲ ନ ହେବାରୁ ଉକ୍ତ ଗୋଡ଼କୁ ଅପରେସନ କରାଯାଇଛି। ଏହି ଖବର ଗ୍ରାମର ଶ୍ରୀକୃଷ୍ଣ ଯୁବକ ସଂଘ ତରଫରୁ ଫ୍ରେଣ୍ଡସ କ୍ଲବ ସଦସ୍ୟ ତରଣିସେନ ମଲିକଙ୍କୁ ଜଣାଇଥିଲେ। ଏହି ସୂଚନା ଅନୁସାରେ ଫ୍ରେଣ୍ଡସ କ୍ଲବ୍ ସମ୍ପାଦକ ଶ୍ରୀ ବୁଦ୍ଧିଆ ଗଣ୍ଡା କିମ୍ସ ହସ୍ପିଟାଲକୁ ଯାଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
Popular Categories



