www.samajalive.in
Sunday, December 14, 2025
16.1 C
Bhubaneswar

ଉଡ଼ାଣ ପାଇଁ ପ୍ରସ୍ତୁତ ବ୍ୟାବସାୟିକ ମହାକାଶ ବିମାନ

ପୃଥିବୀ କକ୍ଷପଥରେ ଉଡ଼ାଣ ପାଇଁ ଡିଜାଇନ୍ ହୋଇଥିବା ପ୍ରଥମ ଯାତ୍ରୀବାହୀ ମହାକାଶ ବିମାନ ସୁନ୍ଦର ଭାବରେ ଗଠନ ହେଉଛି। ସ୍ବତନ୍ତ୍ର ଭାବେ ଡିଜାଇନ୍‌‌ ହୋଇଥିବା ସିରାମିକ୍ ଟାଇଲଗୁଡିକ ବିମାନର ଡେଣାକୁ ଆଚ୍ଛାଦନ କରିଛି, ଯାହା ପୃଥିବୀକୁ ଫେରିବା ସମୟରେ ଏହି ଯାନକୁ ପ୍ରଚଣ୍ଡ ଉତ୍ତାପରୁ ରକ୍ଷା କରିବ। ବୈଜ୍ଞାନିକମାନେ ମହାକାଶ ବିମାନର ପ୍ରଥମ ଉଡ଼ାଣ ଭରିବା ପୂର୍ବରୁ ଅନ୍ତିମ ସ୍ପର୍ଶ ଲଗାଇବାରେ ବ୍ୟସ୍ତ ଅଛନ୍ତି। ବିଶେଷ ଭାବେ ପ୍ରସ୍ତୁତ ହୋଇଥିବା ନକ୍ସା ଯୋଗେ ବିମାନର କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବିମାନ ପୃଥିବୀଠାରୁ ୩୮୫ କିମି ଦୂରରେ ପରିକ୍ରମା କରୁଥିବା ଉପଗ୍ରହକୁ ସାମଗ୍ରୀ ଯୋଗାଣ କାମରେ ଲାଗିବ। ଏହା ଏକ ରକେଟ୍‌ ପରି ଉତକ୍ଷେପଣ ହେବ, ଉପଗ୍ରହ ପରି ମହାକାଶରେ ବୁଲିବ ଏବଂ ପରେ ରନୱେ ଉପରେ ସ୍ପର୍ଶ କରିବ ବୋଲି ଗବେଷକଦଳ କହିଛନ୍ତି। ବିମାନର ପ୍ରଡକ୍ସନ୍‌ ଅଞ୍ଚଳର ଠିକ୍‌ ପାଖରେ ଏକ ମିଶନ୍ କଣ୍ଟ୍ରୋଲ୍ ରୁମ୍ ବ୍ୟବସ୍ଥା ହୋଇଥିବାବେଳେ ଏଠାରେ, ଇଞ୍ଜିନିୟରମାନେ କକ୍ଷପଥରେ ଥିବାବେଳେ ମହାକାଶଯାନ ଉପରେ ନଜର ରଖିବେ।

ଶୀଘ୍ର ଭରିବ ଉଡ଼ାଣ :
ମହାକାଶଯାନରେ କାର୍ଯ୍ୟରତ ଗବେଷକଦଳ କହିଛନ୍ତି ଆମେ ପ୍ରାୟ ସବୁ କାମ କରିସାରିଛୁ। ଗବେଷକ ମୁଖ୍ୟ ଆଙ୍ଗି ପ୍ରକାଶ କରିଛନ୍ତି, “ଆମେ ସମସ୍ତ କ୍ଲୋଜଆଉଟ୍ ପ୍ୟାନେଲ୍ ସମାପ୍ତ କରିଏହାକୁ ପରିବହନ ପାଇଁ ପ୍ରସ୍ତୁତ କରୁଛୁ। ମହାକାଶ ବିମାନର ଲମ୍ବ ପ୍ରାୟ ତିରିଶ ଫୁଟ, ଏହାର ଡେଣା ଚବିଶ ଫୁଟ।’’

- Advertisement -

ନାସାର ନିଲ ଆର୍ମଷ୍ଟ୍ରଙ୍ଗ ଅଞ୍ଚଳରେ ମହାକାଶ ବିମାନ ପରୀକ୍ଷା:
କଲରାଡୋ କାରଖାନାରୁ ବାହାରିବା ପରେ ଏହି ମହାକାଶ ବିମାନର ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ହେଉଛି ନାସାର ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଟେଷ୍ଟ ସୁବିଧା, ଯାହା ପୂର୍ବରୁ ପ୍ଲମ୍ ବ୍ରୁକ୍ ଷ୍ଟେସନ୍ ଭାବରେ ଜଣାଯାଉଥିଲା। ମହାକାଶଯାନକୁ କଲରାଡୋରୁ ସଡକ ଦ୍ୱାରା ପରିବହନ କରାଯିବ, କିନ୍ତୁ ସୁରକ୍ଷା ଉଦ୍ଦେଶ୍ୟରେ ମାର୍ଗ ଏବଂ ପଠାଇବା ତାରିଖକୁ ଗୋପନୀୟ ରଖାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories