www.samajalive.in
Saturday, December 6, 2025
26.1 C
Bhubaneswar

ରେଳଯାତ୍ରା ସମୟରେ ଫଟକା କିମ୍ବା ଦହନଶୀଳ ପଦାର୍ଥ ପରିବହନ ବିରୋଧରେ ଅଭିଯାନ

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳରେ ରେଳ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ ସିଲିଣ୍ଡର, ଏସିଡ, ପେଟ୍ରୋଲ, କିରୋସିନୀ ଆଦି ଜ୍ୱଳନ୍ତ ତଥା ବିସ୍ପୋରକ ଦ୍ରବ୍ୟ ପରିବହନ ନ କରିବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ରେଳବାଇ ଅଧି ନିୟମ ୧୯୮୯ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ ଅଟେ ଏବଂ ଏଥି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ପ୍ରାବଧାନ ରହିଛି। ରେଳ ଯାତ୍ରାକୁ ନିରାପଦ ରଖିବା ପାଇଁ ଶୁକ୍ରବାର ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ସ୍ଥିତ ମଣ୍ଡଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଆନନ୍ଦ ସିଂ କହିଛନ୍ତି ଯେ, ଯାତ୍ରୀ ମାନଙ୍କୁ ସର୍ତକ ରହିବା ଏବଂ ଜ୍ୱଳନଶୀଳ ପଦାର୍ଥ ପରିବହନ ନ କରିବା ପାଇଁ ଅନୁରୋଧ କରିଛନ୍ତି। ଏଥି ସହ ସହ ଯାତ୍ରୀ ମାନଙ୍କୁ ଜ୍ୱଳନ୍ତ କିମ୍ବା ବିସ୍ପୋରକ ସାମଗ୍ରୀ ରେଳରେ ପରିବହନ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସମ୍ବଲପୁର ରେଳ ମଣ୍ଡଳ ଦେଇ ଯାତାୟାତ କରୁଥିବା ଯାତ୍ରୀବାହୀ ରେଳଗାଡି ଗୁଡିକରେ ଫଟକା କିମ୍ବା ବିସ୍ପୋରକ ପଦାର୍ଥ ପରିବହନକୁ ବାରଣ କରାଯାଇଥିବା ବେଳେ ଏହାକୁ ରୋକିବା ପାଇଁ କଡା ପଦକ୍ଷେପ ନିଆଯାଇଛି। ରେଳ ଯାତ୍ରା ସମୟରେ ଯାତ୍ରୀ ମାନଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ ମଣ୍ଡଳର ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ଯାତ୍ରୀ ଓ ରେଳ ନିରାପତ୍ତା ପାଇଁ ରେଳବାଇ ସୁରକ୍ଷାବଳ ଓ ସରକାରୀ ରେଳବାଇ ସୁରକ୍ଷା ପୁଲିସକୁ ସଜାଗ ରଖାଯାଇଛି। ଯାତ୍ରୀ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ରେଳ ଟିକେଟ ଯାଞ୍ଚ କର୍ମଚାରୀ, କୋଚ ଆଟେଣ୍ଡାନ୍ଟ, ରେଳ ପରିଚାଳକ, ଷ୍ଟେସନ ପରିଚାଳକ ମାନଙ୍କୁ ମଧ୍ୟ ଯାତ୍ରୀ ମାନଙ୍କର ଗତିବିଧି ଉପରେ ନଜର ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ଯାତ୍ରୀ ନିୟମ ଉଲ୍ଲଂଘନ କରି ରେଳଗାଡିରେ ଜ୍ୱଳନଶୀଳ ପଦାର୍ଥ ନେଉଥିବାର ଦେଖାଯାଏ, ତେବେ ତୁରନ୍ତ ରେଳ କର୍ମଚାରୀ ମାନଙ୍କୁ କିମ୍ବା ୧୩୯ ସହାୟତା ନଂରେ ସୂଚନା ପ୍ରଦାନ ଯାତ୍ରୀ ପ୍ରଦାନ କରିପାରିବେ। ଏଥି ସହ ଷ୍ଟେସନ ଗୁଡିକରେ ସର୍ବ ସାଧାରଣ ଘୋଷଣା ବ୍ୟବସ୍ଥା ମାଧ୍ୟମରେ ଯାତ୍ରୀ ମାନଙ୍କୁ ସଚେତନ କରିବାର ଅଭିଯାନ ମଧ୍ୟ ନିଆଯାଇଛି। ଏତଦ ବ୍ୟତିତ ରେଳ ଗାଡି ଗୁଡିକରେ ଏସକଟିଂ ଦଳ ଓ ମେରୀ ସହେଲୀ ଗାର୍ଡ ଗୁଡିକୁ ମଧ୍ୟ ମୃତୟନ କରାଯାଇଛି। ଷ୍ଟେସନ ଗୁଡସେଡ, ଗାର୍ଡ ତଥା ଗାର୍ଡର ବ୍ରେକଭ୍ୟାନ ଓ ଏସି କୋଚ, ପ୍ୟାଣ୍ଟ୍ରିକାର ଏବଂ ଲୋକୋ ମୋଟିଭରେ ପୃଥକ ପୃଥକ ଅଗ୍ନି ନିର୍ବାପକ ଯନ୍ତ୍ର ଓ ଉପକରଣ ଗୁଡିକ ଯୋଗାଇ ଦିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଶ୍ରୀ ସିଂ ସୂଚନା ଦେଇଛନ୍ତି। ଏହି ଅଭିଯାନ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଜାରି ରହିବ। ବିଗତ ଦିନରେ ଦେଶ ବିଭିନ୍ନ ସ୍ଥାନରେ ରେଳଗାଡି ଗୁଡିକରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାକୁ ଧ୍ୟାନରେ ରଖି ଏହି ଅଭିଯାନ କରାଯାଉଛି। ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମଣ୍ଡଳ ସୁରକ୍ଷା ଆୟୁକ୍ତ ଅନୁପ ଗୋରିଙ୍କା ମଧ୍ୟ ଉପସ୍ଥିତ ରହିଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories