www.samajalive.in
Sunday, December 7, 2025
18.1 C
Bhubaneswar

ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଡାଟା ସାମ୍ବାଦିକତା କର୍ମଶାଳା

ବୌଦ୍ଧ: ବୌଦ୍ଧଜିଲା ସାମ୍ବାଦିକ ସଂଘ ପକ୍ଷରୁ ଗୁଗୁଲ ନିଉଜ ଇନିସିଏଟିଭ (ଜିଏନଆଇ) ଇଣ୍ଡିଆ ଟ୍ରେନିଂ ନେଟୱାର୍କ ସହିତ ମିଳିତ ଆନୁକୂଲ୍ୟରେ ଡାଟା ସାମ୍ବାଦିକତା,ଡାଟା ଯାଞ୍ଚ ଏବଂ ଭିଜୁଆଳ ଯାଞ୍ଚ କର୍ମଶାଳା ଜିଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ତଥ୍ୟ ହେଉଛି ଶକ୍ତି, ସୋସିଆଲ ମିଡିଆର ପ୍ରତ୍ୟେକ ପ୍ଲାଟଫର୍ମରେ ତଥ୍ୟ ଯାଞ୍ଚର ଗୁରୁତ୍ୱ ବହୁଗୁଣିତ ହୋଇଛି। ନକଲି ସୂଚନା ଦ୍ୱାରା ସମଗ୍ର ବିଶ୍ୱ ବହୁ ପ୍ରଭାବିତ ହୋଇଛି। ତେଣୁ ସମଗ୍ର ବିଶ୍ୱ ଆଜି ଯାଞ୍ଚ ଉପରେ ଗୁରୁତ୍ୱ ଦେଉଛି। କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ବିଶେଷ ଭାବରେ ଏହି ତଥ୍ୟ ଯାଞ୍ଚ ସଂପର୍କିତ ଜ୍ଞାନ କୌଶଳ ଦ୍ୱାରା ଦକ୍ଷ ହୋଇପାରିଲେ ନିଜର ସମ୍ବାଦ ପରିବେଷଣ ନିର୍ଭୁଲ ଭାବରେ କରିବେ ଏବଂ କୌଣସି ଅପପ୍ରଚାର ଦ୍ୱାରା ପ୍ରଭାବିତ ହେବେନାହିଁ କର୍ମଶାଳାରେ ମତପ୍ରକାଶ ପାଇଥିଲା। ତେଣୁ ସମସ୍ତ ସାମ୍ବାଦିକଙ୍କ ପାଇଁ ଏହି ଡାଟା ସାମ୍ବାଦିକତା,ଡାଟା ଯାଞ୍ଚ ଏବଂ ଭିଜୁଆଳ ଯାଞ୍ଚ ନେଇ ସଚେତନ ହେବା ଆବଶ୍ୟକ। କର୍ମଶାଳାରେ ରିସୋର୍ସ ପର୍ସନ(ପ୍ରଶିକ୍ଷକ) ଭାବରେ ଜିଏନଆଇ ନେଟୱାର୍କ ଏବଂ ଆମିଟି ସ୍କୁଲ ଅପ କମ୍ୟୁନିକେସନ ଆମିଟି ବିଶ୍ୱବିଦ୍ୟାଳୟ ରାୟପୁର ର ସହକାରୀ ପ୍ରଫେସର ବିଚିତ୍ରାନନ୍ଦ ପଣ୍ଡା ସାମ୍ବାଦିକମାନଙ୍କୁ ଡାଟା ସାମ୍ବାଦିକତା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶ୍ରୀପଣ୍ଡା କର୍ମଶାଳାରେ ତଥ୍ୟ ସଂଗ୍ରହ ଏବଂ ଯାଞ୍ଚ ପାଇଁ ଗୁଗୁଲ ସିଟ୍‌‌, ଟାବୁଲା, ଗୁଗୁଲ, ଗୁଗୁଲ ପିନପଏଣ୍ଟ, ୱେବ୍ୟାକ ମେସିନ ବ୍ୟବହାର ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ଭୁଲ ତଥ୍ୟକୁ ରୋକିବା ପାଇଁ ସେ ରିଭର୍ସ ଇମେଜ ସନ୍ଧାନ, ଗୁଗୁଲ ନେନ୍ସ, ଇନଭଏଡ, ଇଣ୍ଡେକ୍ସର ଉପଯୋଗୀତା ମଧ୍ୟ ପ୍ରଦର୍ଶନ କରିଥିଲେ। ଏହି କର୍ମଶାଳାରେ ଜିଲା ସାମ୍ବାଦିକ ସଂଘର ସଭାପତି ଶଶାଙ୍କ ଶେଖର ମିଶ୍ର, ସଂପାଦକ ରବୀନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସମ୍ପଦ କୁମାର ଅଗ୍ରୱାଲା, ବିଧାନ ବଳ, ଦେବାଶିଷ ପୁରୋହିତ, ରଂଜନ କୁମାର ଦାଶ, ଶାଶ୍ୱତ ଦେବବ୍ରତ ଦାଶ, ପ୍ରିୟବ୍ରତ ସାହୁ, ଅଲେଖିକା ପୃଷ୍ଟି, ଧିରେନ ପ୍ରଧାନ, ଶ୍ରୀକାନ୍ତ ସାହୁ, ସଜ୍ଜନ କୁମାର ଅ୍ରଗୱାଲା, ଧବଳେଶ୍ୱର ମହାପାତ୍ରଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ପାଠାଗାରକୁ ଆସିଥିବା ଅନୁସନ୍ଧିତ୍ସୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ଜ୍ଞାନ ଆହରଣ କରିଥିଲେ। ଶେଷରେ ଜିଲା ସାମ୍ବାଦିକ ସଂଘର ସଂପାଦକ ରବୀନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories