www.samajalive.in
Monday, December 15, 2025
15.1 C
Bhubaneswar

ଦୀପାବଳି ବାଣଫୁଟା : ଭୁବନେଶ୍ୱର ସମେତ ଅନେକ ସହରର ବାୟୁର ମାନ ହ୍ରାସ

ଡେସ୍କ :  ଦୀପାବଳିରେ ବାଣଫୁଟା ଯୋଗୁଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କେତେକ ସହରର ବାୟୁର ଗୁଣାତ୍ମକ ସୂଚକାଙ୍କ ବୃଦ୍ଧି ପାଇଛି। ଆତସବାଜିରେ ଥିବା କ୍ଷତିକାରକ ରାସାୟିକ ପଦାର୍ଥ ଓ ଧୂଳିକଣା ବାୟୁମଣ୍ଡଳରେ ପ୍ରବେଶ କରି ବାୟୁର ମାନକୁ ହ୍ରାସ କରିଛି। ରବିବାର ରାତି ଓ ସୋମବାର ସକାଳ ସୁଦ୍ଧା ଭୁବନେଶ୍ୱରର କେତେକ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ରୁ ୪୦୦ ପହଁଞ୍ଚିଥିବା ଜଣାପଡ଼ିଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଂଚଳରେ ରବିବାର ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ୯୯୯ ରେକର୍ଡ ହୋଇଥିବା ବେଳେ ପଟିଆ ଅଂଚଳରେ ୬୭୬ ରେକର୍ଡ ହୋଇଛି । ସେହିପରି କଟକରେ ରାତି ଗୋଟାଏରେ ପ୍ରଦୂଷଣ ସ୍ତର ୮୮୨ ରେକର୍ଡ ହୋଇଛି। ସାଧାରଣତଃ ନଭେମ୍ବର ମାସରେ ବାୟୁ ଚଳାଚଳ କମ୍‌‌ ରହିଥାଏ। ଫଳରେ ବାୟୁରେ ଥିବା ବିଭିନ୍ନ ପ୍ରଦୂଷଣକାରୀ ତଥା କ୍ଷତିକାରକ ପଦାର୍ଥ ଭୂମିପତନଠାରୁ ଅଳ୍ପଦୂରରେ ସ୍ଥିର ରହିଥାଏ।

ଏହି ପ୍ରଦୂଷିତ ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କରିବା ଦ୍ୱାରା ଲୋକମାନେ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଭୋଗିଥାନ୍ତି। ସାଧାରଣତଃ ଶୂନରୁ ୫୦ ଏୟାର କ୍ୱାଲିଟି ଇଣ୍ଡେକ୍ସ ରହିଲେ ବାୟୁର ମାନ ଭଲ ଥାଏ। ୫୧ରୁ ୧୦୦ ମଧ୍ୟରେ ରହିଲେ ଏହା ସ୍ୱାଭାବିକ ସ୍ଥିତି ବୋଲି ବିବେଚିତ ହୋଇଥାଏ। ମାତ୍ର ଏହାଠୁ ଅଧିକ ହେଲେ ଏହା ବିଶେଷ କରି ଶ୍ୱାସରୋଗୀଙ୍କ ପାଇଁ ବିପଦ ବଢ଼ାଇଥାଏ। ବାୟୁର ଗୁଣାତ୍ମକମାନକୁ ସୁରକ୍ଷିତ ରଖିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ
ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ବନୀକରଣ ଠାରୁ ଆରମ୍ଭ କରି ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏପରିକି ଏହି ସମୟରେ ସହରାଞ୍ଚଳରେ ଧୂଳିକଣା ସୃଷ୍ଟି କରୁଥିବା ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ କେତେକ କଟକଣା ରହିଛି। ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ଜନଭାଗିଦାରୀକୁ ବଢ଼ାଇବା ପାଇଁ ସରକାର ବିଭିନ୍ନ ସଚେତନ ଧର୍ମୀ କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ ପରାମର୍ଶ ଦେଉଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories