www.samajalive.in
Saturday, December 6, 2025
14.1 C
Bhubaneswar

ଦୀପାବଳିରେ ଅସହାୟ ବୃଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇଲା ଉତ୍କଳମଣି ଯୁବକ ସଂଘ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତୀ ମେଣ୍ଡି ପଞ୍ଚାୟତ ପ୍ରେମଝରି ଗ୍ରାମର ନୃପତି ମଳିକ (୯୦) ଜଣେ ବୃଦ୍ଧାଙ୍କୁ ସହଯୋଗ ହାତ ବଢ଼େଇଲା ଉତ୍କଳମଣି ଯୁବକ ସଂଘ ଦୁତୀମେଣ୍ଡି। ସୂଚନା ପ୍ରକାରେ କୌଣସି କାରଣରୁ ଦିବ୍ୟାଙ୍ଗ ନୃପତି ମଳିକ ଗୋଟିଏ ଛପର ନଥିବା କୁଡ଼ିଆରେ ରହୁଥିବା ବେଳେ ଏହି ଖବର ପ୍ରେମଝରି ଯୁବକ ସଂଘ ଅଜିତ୍ କୁମାର ମଳିକ ଓ ଗୋଲକ ମଲିକ ଦୁତୀ ମେଣ୍ଡି ଉତ୍କଳମଣି ଯୁବକ ସଂଘ କର୍ମକର୍ତ୍ତା ମାନଙ୍କୁ ଜଣାଇଥିଲେ। ଏହି ଖବର ପାଇ ଯୁବକ ସଂଘ ସମ୍ପାଦକ ସମିର୍ ପ୍ରସାଦ ଝାଙ୍କର, ରଞ୍ଜନ କୁମାର ସେଠୀ, କିଶୋର ଚନ୍ଦ୍ର କହଁର, ତାପସ ଦଣ୍ଡିଆ, ଗୋଲକ ବିହାରୀ ମଲ୍ଲିକ ସମେତ ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରେମଝରିରେ ପହଞ୍ଚି ତା’ର ପରିସ୍ଥିତି ବିଷୟରେ ପଚାରି ଶୀତ ଦାଉରୁ ରକ୍ଷା ପାଇଁ ଏକ କମ୍ବଳ, କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହିତ ଶ୍ରୀକୃଷ୍ଣ ଯୁବକ ସଂଘ ମାନଙ୍କ ସହଯୋଗରେ ବୃଦ୍ଧା ରହୁଥିବା ଗୃହ ଉପରେ ପାଖରେ ଥିବା ଟିଣ ଛପର ସଜେଇ ଦେଇଥିଲେ। ସରକାର ଏହି ଅସହାୟ ଉପରେ ଦୃଷ୍ଟି ଦେଇ ସହଯୋଗ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି। ଉକ୍ତ ସମୟରେ ଗ୍ରାମର ଶ୍ରୀକୃଷ୍ଣ ଯୁବକ ସଂଘ ସଦସ୍ୟ ଯୋଗ ଦେବା ସହିତ କୁଇସମାଜ ଯୁବ ପରିଷଦ ସମ୍ପାଦକ ଅଚ୍ୟୁତ ଯାନୀ, ଯୁବପରିଷଦ ସଦସ୍ୟ ତରଣିସେନ ମଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories