www.samajalive.in
Saturday, December 6, 2025
14.1 C
Bhubaneswar

ଲାଞ୍ଜିଗଡ଼ରେ ଶ୍ୟାମକାଳୀ ପୂଜା ଅନୁଷ୍ଠିତ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ଠାରେ ପ୍ରସିଦ୍ଧ ଶ୍ୟାମକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ପୂଜା ୮ମ ବର୍ଷରେ ପଦାର୍ପଣ କରିଛି। ଦ୍ଵିତୀୟା ତିଥିରୁ କଳସ ଶୋଭାଯାତ୍ରା ଯୁବଶକ୍ତି ସେବା କେନ୍ଦ୍ର ଆଶ୍ରମପଡା ଆନୁକୂଲ୍ୟରେ ସମ୍ପନ୍ନ ହୋଇଥିଲା। ଶ୍ରଦ୍ଧାଳୁ ମହିଳା ପୁରୁଷ ନିକଟସ୍ଥ ସାନଜୋର ବନ୍ଧରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ମୁଖ୍ୟ ପୁରୋଧା ପ୍ରଭାକର ଆଚାର୍ୟ୍ୟ ଭାବେ ପୂଜା କରିଥିବା ବେଳେ କର୍ତ୍ତା ଭାବେ ଗୋବିନ୍ଦ ରଣା ଓ ତାଙ୍କ ଧର୍ମପତ୍ନୀ ସବିତା ରଣା ସହ ପୂଜା ମଣ୍ଡପରେ ଲିଙ୍ଗରାଜ ବାରିକ ଓ ଦୀନବନ୍ଧୁ ବାରିକ ଦାଇତ୍ୱ ତୁଲାଇ ଥିଲେ। ପୂଜା କମିଟିର ସଭାପତି କ୍ଷମାନିଧି ସାହୁ, ଉପ ସଭାପତି ଦିଲୀପ ସାହୁ, ସଂପାଦକ- ପରମା ରଣା, ସହ ସଂପାଦକ – କେତନ ରଣା ଉପଦେଷ୍ଟା କମିଟିର ଶ୍ରୀମୁଖ ଅଗସ୍ତି, କୋଦଣ୍ଡଧର ପ୍ରଧାନ, ଶ୍ରୀନିବାସ ଚଣ୍ଡୀ, କୁନା ରଣା, ଭବାନିଶଙ୍କର ସେଠି ସମେତ ସମସ୍ତ ସଭ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ। ଦୁଇ ଦିନ ଧରି ସାଂସ୍କୃତିକ କାର୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଜନ ଗହଳି ଦେଖିବାକୁ ମିଳିଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories