ଡେସ୍କ: ଆଇସଲ୍ୟାଣ୍ଡର ଦକ୍ଷିଣ-ପଶ୍ଚିମ ଭାଗରେ ଅନେକ ଭୟଙ୍କର ଭୂକମ୍ପ ପରେ ଆଗ୍ନେୟଗିରି ଉଦଗୀରଣ ହେବାର ଆଶଙ୍କା ଥିବାରୁ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସେଠାକାର ଉପକୂଳବର୍ତ୍ତୀ ସହର ଗ୍ରିଣ୍ଡଭିକ୍ ଛାଡିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି। ଆଇସଲ୍ୟାଣ୍ଡର ପାଣିପାଗ ବିଭାଗ ଅନୁଯାୟୀ ଗତକାଲି ରାତିରେ ପ୍ରାୟ ଆଠ ଶହ ଭୂକମ୍ପ ଅନୁଭୂତ ହୋଇଛି।
ସୂଚନାଯୋଗ୍ୟ, ଆଇସଲ୍ୟାଣ୍ଡରେ ୩୨ଟି ସକ୍ରିୟ ଆଗ୍ନେୟଗିରି ଅଛି।



