ଡେସ୍କ: ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ର ସହଯୋଗରେ ଭାରତୀୟ ସାଂସ୍କୃତିକ ସଙ୍ଗଠନ ଆଜି ଦୀପାବଳୀ ଉତ୍ସବ ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କାର ପୂର୍ବ ପ୍ରଦେଶର ରାଜ୍ୟପାଳ ସେନ୍ଥୀଲ ଥୋଣ୍ଡାମନ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ଦୀପାବଳୀ ଏବଂ ରାମାୟଣର ପ୍ରାସଙ୍ଗିକତା ଉପରେ ଏକ ଆନିମେସନ୍ ସୋ ମଧ୍ୟ ଆୟୋଜିତ ହୋଇଥିଲା।
ଏହି ଅବସରରେ ଶ୍ରୀ ଥୋଣ୍ଡାମାନ କହିଛନ୍ତି ଯେ ଭାରତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପୂର୍ବ ପ୍ରଦେଶ ଏବଂ ଭାରତୀୟ ସାଂସ୍କୃତିକ ସଙ୍ଗଠନ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ।



