www.samajalive.in
Sunday, December 14, 2025
18.1 C
Bhubaneswar

ଦୀପାବଳୀରେ ୮୦ ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ

ଚଣ୍ଡିଗଡ : ଦୀପାବଳୀ ଅବସରରେ ପାକିସ୍ତାନ ୮୦ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି। ମତ୍ସ୍ୟଜୀବୀମାନେ ଅଟାରୀ-ୱାଘା ସୀମା ଦେଇ ଶୁକ୍ରବାର ବିଳମ୍ବିତ ରାତିରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଛନ୍ତି । ବିଏସଏଫ ଟିମ୍ ପକ୍ଷରୁ ସମସ୍ତ ମତ୍ସ୍ୟଜୀବୀଙ୍କର ଯାଞ୍ଚ କରାଯାଇଛି ।
୨୦୧୯ରେ ଏହି ମତ୍ସ୍ୟଜୀବୀମାନେ ଭୁଲବଶତଃ ଭାରତୀୟ ସୀମା ଅତିକ୍ରମ କରି ପାକିସ୍ତାନରେ ପ୍ରବେଶ କରିଥିଲେ। ଏଠାରେ ପାକିସ୍ତାନ ଅଧିକାରୀମାନେ ତାଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲେ। ଏମାନଙ୍କ ମଧ୍ୟରେ ଅଧିକାରୀ ଓ ମତ୍ସ୍ୟଜୀବୀ ଥିଲେ।
ଜେଲ ଦଣ୍ଡ କାଟି ସାରିବା ପରେ ସେମାନଙ୍କୁ ଭାରତ ଆସିବାକୁ ଅନୁମତି ମିଳିଛି। ଶୁକ୍ରବାର ଏମାନେ ଅଲ୍ଲାମା ଇକବାଲ ଏକ୍ସପ୍ରେସରେ ଲାହୋର ପହଞ୍ଚିଥିଲେ। ସେଠାରୁ ତାଙ୍କୁ ଅଧିକାରୀ ୱାଘା ବର୍ଡର ନେଇ ଆସିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories