www.samajalive.in
Monday, December 15, 2025
26.1 C
Bhubaneswar

ବିଶ୍ବକପ: ମିଚେଲ ମାର୍ଶଙ୍କ ଶତକ, ୮ ୱିକେଟରେ ଅଷ୍ଟ୍ରେଲିଆ ବିଜୟୀ

ପୁଣେ: ପୁଣେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମରେ ଚାଲିଥିବା ଆଇସିସି ବିଶ୍ବକପରେ ବାଂଲାଦେଶକୁ ୮ ୱିକେଟରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ମିଚେଲ ମାର୍ଶଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ​ବିଜୟଲାଭ କରିଛି। ଏହାସହିତ ସେମି ଫାଇନାଲକୁ ଉନ୍ନୀତ ହୋଇଥିବା ଅଷ୍ଟ୍ରେଲିଆ ୯ରୁ ୭ଟି ମ୍ୟାଚ ଜିତିଛି। ବାଂଲାଦେଶ ସ୍କୋର ନିର୍ଦ୍ଧାରିତ ୫୦ ଓଭରରେ ୩୦୬/୮ ହୋଇଥିବାବେଳେ ଅଷ୍ଟ୍ରେଲିଆ ସ୍କୋର ୪୪.୪ ଓଭରରେ ୩୦୭/୨ ସ୍କୋର ସହ ବିଜୟ ଲାଭ କରିଛି। ଅପରପକ୍ଷରେ ଅଷ୍ଟ୍ରେଲିଆର ତାରକା ଖେଳାଳୀ ମିଚେଲ ମାର୍ଶ ଅପରାଜିତ ୧୭୭ ରନ ସ୍କୋର କରି ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି।

ଆଜି ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ସ୍କୋର ୭୬ ଥିବାବେଳେ ପ୍ରଥମ ୱିକେଟ ପଡ଼ିଥିଲା। ଏହାପରେ ନିୟମିତ ବ୍ୟବଧାନରେ ୱିକେଟ ପତନ ହୋଇଥିଲେ ମଧ୍ୟ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ବିନିମୟରେ ୩୦୬ ରନ ସ୍କୋର କରିଥିଲା।

- Advertisement -

୩୦୭ ରନ ବିଜୟ ଲକ୍ଷ୍ୟ ପିଛା କରି ଅଷ୍ଟ୍ରେଲିଆ ପାଳି ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆର ସ୍କୋର ମାତ୍ର ୧୨ ରନ ଥିବାବେଳେ ପ୍ରଥମ ୱିକେଟ ପତନ ହୋଇଥିଲା। ଓପନର ଟାଭିସ ହେଡ ୧୦ ରନ କରି ଆଉଟ ହୋଇଥିଲେ। ଏହାପରେ ମିଚେଲ ମାର୍ଶ ଧୁଆଁଧାର ବ୍ୟାଟିଂ ସହ ୧୭୭ ରନ ସ୍କୋର କରିଥିଲେ। ଡାଭିଡ ୱାର୍ଣ୍ଣ ୫୩ ଓ ଷ୍ଟିଭ ସ୍ମିଥ ୬୩ ରନ ସ୍କୋର କରିଥିଲେ। କଲକାତା ଇଡେନ ଗାର୍ଡେନରେ ଅଷ୍ଟ୍ରେଲିଆ ଟିମ ଦକ୍ଷିଣ ଆଫ୍ରିକା ଭେଟିବ ଏବଂ ଏଥିରେ ବିଜୟୀ ହେବାକୁ ଆଜିର ମ୍ୟାଚ ଅଷ୍ଟ୍ରେଲିଆ ଖେଳାଳୀଙ୍କ ମନୋବଳ ବୃଦ୍ଧି କରିଛି ବୋଲି କୋଚ ପ୍ରକାଶ କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories