www.samajalive.in
Saturday, December 13, 2025
21.1 C
Bhubaneswar

ସୌର ପ୍ରଣାଳୀରେ ପୃଥିବୀ ‘ବାସଯୋଗ୍ୟ ସ୍ଥଳ’, ଶୁକ୍ରରେ ପାରମାଣବିକ ଅମ୍ଳଜାନ ଆବିଷ୍କାର

ପୃଥିବୀପୃଷ୍ଠରେ ମନୁଷ୍ୟ ସମେତ ପ୍ରାୟ ସମସ୍ତ ପ୍ରାଣୀ ଜୀବିତ ରହିବାକୁ ଅମ୍ଳଜାନ ଉପରେ ନିର୍ଭର କରନ୍ତି। ସୌରମଣ୍ଡଳରେ ଥିବା ଅନ୍ୟ ଏକ ଗ୍ରହ ଶୁକ୍ର ବାୟୁମଣ୍ଡଳରେ କିନ୍ତୁ ୯୬.୫% ଅଙ୍ଗାରକାମ୍ଳ ଅଛି। ସେଠାରେ ଅଳ୍ପ ପରିମାଣର ନାଇଟ୍ରୋଜେନ ଏବଂ ଅନ୍ୟାନ୍ୟ ଗ୍ୟାସ୍‌ ଥିବାବେଳେ କିନ୍ତୁ ଅମ୍ଳଜାନ ପ୍ରାୟ କେଉଁଠାରେ ନଥିବା ଅନୁମାନ କରାଯାଉଥିଲା। ବୈଜ୍ଞାନିକମାନେ ପୂର୍ବରୁ ଶୁକ୍ର ଗ୍ରହ ଉପରେ ଏତେଟା ଧ୍ୟାନ ଦେଇନଥିବାରୁ ସେହି ଗ୍ରହ ସମ୍ପର୍କିତ ବିଶେଷ ତଥ୍ୟ ହସ୍ତଗତ ହୋଇନଥିଲା।
ହାୱାଇରେ ବୈଜ୍ଞାନିକମାନେ ସୋଫିଆ ବାୟୁବାହୀ ପର୍ୟ୍ୟବେକ୍ଷଣକାରୀରେ ଏକ ସ୍ୱତନ୍ତ୍ର ଏକ ଇନଫ୍ରାରେଡ୍ ଟେଲିସ୍କୋପ ବ୍ୟବହାର କରିଛନ୍ତି। ଏହି ପର୍ୟ୍ୟବେକ୍ଷଣକାରୀ ନାସା ଏବଂ ଜର୍ମାନ ଏରୋସ୍ପେସ୍ କେନ୍ଦ୍ର ମଧ୍ୟରେ ଏକ ସହଯୋଗୀ ଭାବେ କାର୍ଯ୍ୟ କରିଥାଏ ଯାହା ପ୍ରଥମ ଥର ପାଇଁ ଶୁକ୍ରରେ ସିଧାସଳଖ ଅମ୍ଳଜାନ ଚିହ୍ନଟ କରିଛି। ସମସ୍ତେ ଏହା ବି ଜାଣିବା ଜରୁରୀ ଯେ ଏହି ପାରମାଣବିକ ଅମ୍ଳଜାନ ଆମେ ନିଶ୍ୱାସ ନେଉଥିବା ଅମ୍ଳଜାନ ସହିତ ସମାନ ନୁହେଁ।

ସୌରମଣ୍ଡଳରେ ଦ୍ବିତୀୟ ଗ୍ରହ ଶୁକ୍ର। ସେଠିକା ବାୟୁମଣ୍ଡଳରେ ଦିନବେଳା ଅମ୍ଳଜାନ ସୃଷ୍ଟି ହୁଏ, ଯେତେବେଳେ ସୂର୍ୟ୍ୟର ଅତିବାଇଗଣି ରଶ୍ମି ଅଙ୍ଗାରକାମ୍ଳ ଏବଂ କାର୍ବନ ମନୋକ୍ସାଇଡ୍ ଭାଙ୍ଗି ଅମ୍ଳଜାନ ପରମାଣୁ ଏବଂ ଅନ୍ୟାନ୍ୟ ପଦାର୍ଥ ସୃଷ୍ଟି କରେ। ଶୁକ୍ରରେ ମେଘର ଏକ ସ୍ତର ଅଛି ଯେଉଁଥିରେ ସଲଫୁରିକ୍ ଏସିଡ୍ ଥାଏ, ଯାହା ଏହାର ପୃଷ୍ଠରୁ ପ୍ରାୟ ୪୦ମାଇଲ ପର୍ୟ୍ୟନ୍ତ ବିସ୍ତାର କରିଛି। ପୂର୍ବରୁ, ଶୁକ୍ର ଗ୍ରହରେ ଅମ୍ଳଜାନ ଖୋଜିବା ପାଇଁ ବୈଜ୍ଞାନିକମାନେ ପରୋକ୍ଷ ପଦ୍ଧତି ବ୍ୟବହାର କରିଥିଲେ। ସେମାନେ ଫଟୋକେମିକାଲ୍ ମଡେଲ ସହିତ ଅନ୍ୟ ଅଣୁଗୁଡ଼ିକର ମାପ ଉପରେ ନିର୍ଭର କରି ଅନୁସନ୍ଧାନ ଚଳାଇଥିଲେ। ଶୁକ୍ର ପୃଥିବୀଠାରୁ ଆକାରରେ ଛୋଟ, ଏହାର ବ୍ୟାସ ପ୍ରାୟ ୭,୫୦୦ ମାଇଲ। ଆମର ସୌର ପ୍ରଣାଳୀରେ ପୃଥିବୀ ‘ବାସଯୋଗ୍ୟ ସ୍ଥଳ’ ରେ ଅବସ୍ଥିତ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories