ଫୁଲବାଣୀ: ଫିରିଙ୍ଗିଆ ପୁଲିସ ପକ୍ଷରୁ ଆଜି ମାଟି ତଳୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ଫିରିଙ୍ଗିଆ ଥାନା ଅନ୍ତର୍ଗତ କରଡ଼ା ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବୋଲି ସୂଚନା ମିଳିଛି। ତେବେ ନାବାଳିକାକୁ କିଏ ଓ କାହିଁକି ହତ୍ୟା କରି ପୋତିଥିଲେ ତାହାର କାରଣ ଜଣାପଡ଼ିନାହିଁ। ଅପରପକ୍ଷରେ ନାବାଳିକାର ୨ ସମ୍ପର୍କୀୟ ଭାଇଙ୍କୁ ଅଟକ ରଖି ପୁଲିସତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
ମାଟି ତଳୁ ନାବାଳିକାର ମୃତଦେହ ଉଦ୍ଧାର, ୨ ସମ୍ପର୍କୀୟ ଭାଇଙ୍କୁ ଅଟକ ରଖି ପୁଲିସର ତଦନ୍ତ ଜାରି
Popular Categories



