www.samajalive.in
Sunday, December 14, 2025
19.1 C
Bhubaneswar

ଭାରତ-ଆମେରିକା ୨+୨ କଥାବାର୍ତ୍ତା

ନୂଆଦିଲ୍ଲୀ : ଭାରତ ଓ ଆମେରିକାର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ଶୁକ୍ରବାର ଅନୁଷ୍ଠିତ ହୋଇଛି। ୨+୨ କଥାବାର୍ତ୍ତା ଭାବେ ପରିିଚିତ ଏହି ମନ୍ତ୍ରୀସ୍ତରୀୟ ଆଲୋଚନାରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କର ଆମେରିକା ପ୍ରତିପକ୍ଷ ଯଥାକ୍ରମେ ଲଏଡ ଅଷ୍ଟିନ ଓ ଆଣ୍ଟୋନି ବ୍ଲିକେନଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏହି କଥାବାର୍ତ୍ତାରେ କାନାଡାରେ ଚାଲିଥିବା ଭାରତ ବିରୋଧୀ ଖଲିସ୍ତାନ ଆନ୍ଦୋଳନ ସ୍ଥାନ ପାଇଥିଲା। ଭାରତ ବିରୋଧୀ ଆନ୍ଦୋଳନକୁ କାନାଡା ସରକାର ସମର୍ଥନ କରୁଥିବା ନେଇ ଆମେରିକାକୁ ଅବଗତ କରାଇଛି ନୂଆଦିଲ୍ଲୀ। ସେହିପରି ଇସ୍ରାଏଲ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟ ମଧ୍ୟ ସ୍ଥାନ ପାଇଥିଲା। ତେବେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ କିପରି ନିବିଡ ହେବ ତା’ ଉପରେ ଗୁରୁତ୍ବ ଦିଆଯାଇଥିଲା। ପ୍ରତିରକ୍ଷା ସଚିବ ଗିରିଧର ଅରମାନେ କହିଛନ୍ତି ଯେ ଜେଟ୍‌ ଇଞ୍ଜିନ ତିଆରି ନିମନ୍ତେ ଏକ ବୁଝାମଣା ଲାଗି ଯୋଜନା କରାଯାଇଛି। ଜେଟ୍‌ ଇଞ୍ଜିନ ତିଆରି ନିମନ୍ତେ ଆମେରିକାର ଏକ କମ୍ପାନୀକୁ ସରକାର ଅନୁମତି ଦେଇଛନ୍ତି। ଏହି କମ୍ପାନୀ ତାର ନିଷ୍ପତ୍ତି ଜଣାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଦୁଇ ଦେଶର ମନ୍ତ୍ରିସ୍ତରୀୟ କଥାବାର୍ତ୍ତା ଅନୁଯାୟୀ ଉଭୟ ଦେଶ ମିଳିତ ଭାବେ ଷ୍ଟ୍ରାଇକର ଯୁଦ୍ଧଯାନ ତିଆରି କରିବେ। ଏସିଆ ମହାଦେଶରେ ଚୀନର ସାମରିକ ଶକ୍ତି ବୃଦ୍ଧିକୁ ମୁକାବିଲା କରିବା ପାଇଁ ଏହି ଯୁଦ୍ଧଯାନ ତିଆରି କରାଯିବ। ଏହି ଯୁଦ୍ଧଯାନ ଦ୍ବାରା ଭାରତ ଏହାର ସୀମାରେ ଚୀନର ସାମରିକ କାର୍ଯ୍ୟକୁ ମୁକାବିଲା କରିପାରିବ। ଚୀନକୁ ମୁକାବିଲା ନିମନ୍ତେ ନୂଆଦିଲ୍ଲୀ ରୁଷିଆ ନିର୍ମିତ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭର କରିଆସୁଛି। ଜଣେ ଭାରତୀୟ ଅଧିକାରୀ କହିଛନ୍ତି ଯେ ଦୁଇଦେଶର ମିଳିତ ଉଦ୍ୟମରେ ତିଆରି ହେଉଥିବା ଅଧିକାଂଶ ଯୁଦ୍ଧଯାନକୁ ଭାରତ ସୀମାରେ ମୁତୟନ କରାଯିବ। ୨୦୨୦ରୁ ଚୀନ ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଭାରତ ନିଜର ସାମରିକ ପ୍ରସ୍ତୁତି ତ୍ବରାନ୍ବିତ କରିଚାଲିଛି। ସେହିପରି ପାକିସ୍ତାନ ପଟୁ ଲାଗି ରହିଥିବା ବିପଦକୁ ମୁକାବିଲା ନିମନ୍ତେ ଏଲଓସିରେ ମଧ୍ୟ ଯୁଦ୍ଧଯାନ ମୁତୟନ କରାଯିବ। ଷ୍ଟ୍ରାଇକର ଯୁଦ୍ଧଯାନକୁ ଜେନେରାଲ ଡାଇନାମିକ ଲ୍ୟାଣ୍ଡ ସିଷ୍ଟମ୍ ଦ୍ବାରା ନିର୍ମିତ। ଏହି ଯୁଦ୍ଧଯାନ ୨୪ରୁ ଅଧିକ ପ୍ରକାରର ରହିଛି।
ଭାରତ-ଆମେରିକା ମଧ୍ୟରେ ଏହା ୫ମ ୨+୨ କଥାବାର୍ତ୍ତା। ଆଜିର କଥାବାର୍ତ୍ତା କାଳରେ ଅଷ୍ଟିନ କହିଛନ୍ତି ଯେ ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗିତା ଆଗକୁ ବଢିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories