www.samajalive.in
Sunday, December 14, 2025
19.1 C
Bhubaneswar

ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ଆଉ ଏକ ଦନ୍ତାର ମୃତ୍ୟୁ, ୨ ଗିରଫ

କେନ୍ଦୁଝରଗଡ଼: କେତେବେଳେ ରେଳ ଦୁର୍ଘଟଣାରେ ତ ଆଉ କେତେବେଳେ ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ବିରଳ ବନ୍ୟପ୍ରାଣୀ ହାତୀ ମୃତ୍ୟୁ ଘଟଣା କେନ୍ଦୁଝର ଜିଲାରେ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବିଶେଷକରି ଖରିଫ ଧାନ ଚାଷକୁ ହାତୀପଲ ଦାଉରୁ କିଭଳି ସୁରକ୍ଷିତ ଭାବେ ଅମଳ କରି ଚାଷୀ ଘରକୁ ଆଣିବ ସେ ନେଇ ଚାଷ ଜମି ଚାରିପଟେ ବିଦ୍ୟୁତ୍‍ ତାର ବିଛାଉଥିବାରୁ ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଘଟଣାରେ କେନ୍ଦୁଝର ଜିଲାରେ କିଛି ନୂଆକଥା ନୁହେଁ। ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗେଳାବନ୍ଧ ଫରେଷ୍ଟ ବିଟ୍‍ ସଲେଇକେନା ପଞ୍ଚାୟତ ଭାଡିମରା ଗ୍ରାମରେ ଧାନ ଚାଷରୁ ସୁରକ୍ଷା ପାଇଁ ଧାନ କ୍ଷେତ ଚାରିପଟେ ଜଙ୍ଗଲକୁ ଲାଗିଥିବା ସ୍ଥାନରେ ବିଦ୍ୟୁତ୍‍ ସଂଯୋଗ କରାଯାଇଥିବା ବେଳେ ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ଏକ ୪୦ବର୍ଷର ଦନ୍ତା ହାତୀ ମୃତ୍ୟୁବରଣ କରିଥିବା କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରା ଏଚ.ଡି କହିଛନ୍ତି।
ଖବରପାଇ କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀ ଏଚ.ଡି ବିଦ୍ୟୁତ୍‍ ବିତରଣ କମ୍ପାନୀ ଟାଟା ପାୱାର କର୍ମଚାରୀ ଓ ଜଏଣ୍ଟ ଟାସ୍କ ଫୋର୍ସ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଘଟଣାସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟର ଅଧିକାରୀ ଏବଂ ବନ୍ୟପ୍ରାଣୀ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ହାତୀଟିର ଶବ ବ୍ୟବଛେଦ ପରେ ହାତୀଟି ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ବନ୍ୟପ୍ରାଣୀ ସୁରକ୍ଷା ଆଇନ ବଳରେ ରାଜୁ ମୁଣ୍ଡା ଓଖଜୁରୀ ମୁଣ୍ଡା ଦୁଇ ଅଭିଯୁକ୍ତଙ୍କୁ ଗିରଫ ସହ ଅଧିକ ତଦନ୍ତ ଜାରି ରହିଥିବା ଡିଏଫଓ ଶ୍ରୀ ଏଚ୍‍.ଡି କହିଛନ୍ତି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories