www.samajalive.in
Monday, December 15, 2025
14.1 C
Bhubaneswar

ଶିକ୍ଷା ସଚେତନତା ରଥ ଉଦ୍‌‌ଘାଟିତ

ଆଠଗଡ : ଆଠଗଡ ଅଞ୍ଚଳରେ ପରିକ୍ରମା କରିବାକୁ ଥିବା ଶିକ୍ଷା ସଚେତନତା ରଥକୁ ଗୁରୁବାର ଆଠଗଡ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌‌ଘାଟନ କରିଥିଲେ। ଏହି ଅବସରରେ ଉଦ୍‌‌ବୋଧନ ଦେଇ ଶ୍ରୀମତୀ ରାଉତ ଶିକ୍ଷା ସମସ୍ତ ଶିଶୁଙ୍କର ମୌଳିକ ଅଧିକାର ଏବଂ ସମସ୍ତେ ଶିକ୍ଷିତ ହେଲେ ଏକ ସୁଦୃଢ ଦେଶ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ଏହି ଶିକ୍ଷା ସଚେତନତା ରଥ ମାଧ୍ୟମରେ ଲୋକମାନଙ୍କୁ ସେମାନଙ୍କର ସନ୍ତାନଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ପ୍ରୋତ୍ସାହିତ କରିବ ବୋଲି ଆଶାବ୍ୟକ୍ତ କରିଥିଲେ। ଶିକ୍ଷା ହିଁ ଜୀବନର ଶ୍ରେଷ୍ଠ ଉପଲବ୍ଧି ଏବଂ ସମସ୍ତେ କିପରି ଶିକ୍ଷିତ ହେବେ ସେ ଦିଗରେ ଅଭିଭାବକଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ଶ୍ରୀମତୀ ସାମଲ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କିଶୋର ଚନ୍ଦ୍ର ବେହେରା, ଶିକ୍ଷାବିତ୍‌‌ ନୀଳମଣି ନାୟକ, ସମସ୍ତ ସିଆରସିସି ଏବଂ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଏହି ଶିକ୍ଷା ସଚେତନତା ରଥ ଆଠଗଡ ବ୍ଲକର ସମସ୍ତ ପଞ୍ଚାୟତ ଅଧିନରେ ଥିବା ଗ୍ରାମାଞ୍ଚଳ ଓ ବିଦ୍ୟାଳୟ ଗୁଡିକ ପରିକ୍ରମା କରିବ ବୋଲି ବିଇଓ ଶ୍ରୀମତୀ ସାମଲ ପ୍ରକାଶ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories