www.samajalive.in
Friday, December 12, 2025
14.1 C
Bhubaneswar

ପାଇପ୍‌‌ ଜଳ ଯୋଗାଣ ଠପ୍‌‌, ୨ଶହ ପରିବାର ହନ୍ତସନ୍ତ

ହରଭଙ୍ଗା: ହରଭଙ୍ଗା ବ୍ଲକ ଅର୍ନ୍ତଗତ କୁଶଙ୍ଗ ପଂଚାୟତର ଭଗାମୁଣ୍ଡାଠାରେ ଥିବା ପାଈପ୍‌‌ ଜଳ ଯୋଗାଣ ପ୍ରକଳ୍ପ ଅଚଳ ଯୋଗୁଁ ୪ଟି ବସ୍ତିର ୧୭୦ ପରିବାର ପିଈବା ପାଣି ପାଇଁ ହନ୍ତସନ୍ତ ହେଉଥିବା ଜଣାପଡ଼ିଛି। କୁଶଙ୍ଗ ପଂଚାୟତର ଭଗାମୁଣ୍ଡା ଗ୍ରାମର ଦଳୁଆ ସାହି, ତଇଳା ସାହି, କୋଡା ସାହିରେ ୧୭୦ ପରିବାରରେ ପାଖାପାଖି ୭ ଶହରୁ ଅଧିକ ଲୋକ ବସବାସ କରନ୍ତି। ବହୁଦିନର ଦାବୀପରେ ଏହି ଗ୍ରାମର ପାଣି ସମସ୍ୟା ଦୂର କରିବା ପାଇଁ ଗତ ୨୦୧୦-୧୧ ମସିହାରେ ଏଠାରେ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ପାଣି ପାଇଁ ବୋରେଓଲ କୂଅ ଠାରୁ ଆରମ୍ଭ କରି ପାଇପ୍‌‌ ବିଛା କାର୍ଯ୍ୟ ସହିତ ଷ୍ଟାଣ୍ଡ ପୋଷ୍ଟ ଜରୀଆରେ ଲୋକଙ୍କୁ ପିଈବା ପାଣି ଯୋଗାଇବାର ସୁ-ବନ୍ଦୋବସ୍ତ କରାଯାଇଥିଲା। ଗତ ଦେଢ ମାସ ହେଲା ପାଣିପମ୍ପ ଅଚଳ ଯୋଗୁଁ ପ୍ରକଳ୍ପରୁ ଲୋକଙ୍କୁ ପାଣି ଟୋପାଏ ମିଳୁନାହିଁ। ଫଳରେ ଦଳୁଆସାହି, ଭଗାମୁଣ୍ଡା, କୋଡାସାହି, ତଇଳା ସାହିରେ ବସବାସ କରୁଥିବା ପରିବାର ଲୋକେ ପିଇବା ପାଣିରୁ ବଂଚିତ ହୋଇ ରହିଥିବା ବସ୍ତିବାସିନ୍ଦା ଭିକାରୀ ଚରଣ ବାଈ, ଟୁକୁନା ପ୍ରଧାନ, ସାନନ୍ଦ ଭୋଇ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories