www.samajalive.in
Sunday, December 14, 2025
15.1 C
Bhubaneswar

ଡିଏଭି ଜୋନାଲସ୍ତରୀୟ ଫୁଟବଲ ପ୍ରତିଯୋଗିତା, ଡିଏଭି ଲାଞ୍ଜିଗଡ ଚାମ୍ପିଅନ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଫୁଟବଲ ଖେଳାଳି ମାନେ ଚମ୍ପିୟାନ ହେଇ ଜାତୀୟ ସ୍ତରୀୟ ଖେଳିବା ପାଇଁ ମନୋନୀତ ହେଇଛନ୍ତି। ଓଡ଼ିଶାର ଅନୁଗୋଳ ଜିଲ୍ଲା ତାଳଚେର ଡେରା ଡିଏଭି ପବ୍ଲିକ ସ୍କୁଲ ଠାରେ ନଭେମ୍ବର ୬ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦୁଇଦିନ ହେବାକୁ ଥିବା ଡିଏଭି ଜାତୀୟ ଖେଳ – ୨୦୨୩ (ଜୋନାଲ ସ୍ତରୀୟ) ଫୁଟବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ୧୪ ଜଣ ଫୁଟବଲ ପ୍ରତିଯୋଗୀ ରବିବାର ତାଳଚେର ଗସ୍ତ କରିଥିଲେ। ଏହି ପ୍ରତିଯୋଗୀ ମାନେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ୬ ତାରିଖ ପ୍ରଥମ ଦିନ ପ୍ରଥମ ପର୍ଯ୍ୟାୟରେ ଡିଏଭି ପାରାଦୀପ ଇଫକୋ ସହିତ କ୍ୱାଟର ଫାଇନାଲ ଖେଳି ଡିଏଭି ପାରାଦୀପକୁ ୨-୦ ଗୋଲରେ ପରାଜୟ କରି ଡିଏଭି ଲାଞ୍ଜିଗଡ ସେମି ଫାଇନାଲକୁ ଯାଇଥିଲେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଡିଏଭି କଟକ ଏଲ୍ଆର ସହିତ ସେମି ଫାଇନାଲ ଖେଳି ଡିଏଭି କଟକ ଏଲ୍ଆରକୁ ୩-୦ ଗୋଲରେ ପରାଜୟ କରି ଡିଏଭି ଲାଞ୍ଜିଗଡ ଫାଇନାଲକୁ ମନୋନିତ ହେଇଥିଲେ। ୭ ତାରିଖ ଦ୍ୱିତୀୟ ଦିନରେ ଚନ୍ଦ୍ରଶେଖରପୁର ଡିଏଭି ସହିତ ଫାଇନାଲ ଖେଳି ୨-୦ ଗୋଲରେ ଡିଏଭି ଚନ୍ଦ୍ରଶେଖରପୁରକୁ ପରାଜୟ କରି ଲାଞ୍ଜିଗଡ ବେଦାନ୍ତ ଡିଏଭି ଆନ୍ତର୍ଜାତୀୟ ବିଦ୍ୟାଳୟ ଚମ୍ପିୟାନ ହେଇ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନିତ ହେଇଥିଲା।

ଏହି ପ୍ରତିଯୋଗିତାରେ ୭ ଗୋଟି ଡିଏଭି ବିଦ୍ୟାଳୟର ପ୍ରତିଯୋଗୀ ଭାଗ ନେଇଥିଲେ। ଗତ ୫ ତାରିଖରେ ଏହି ପ୍ରତିଯୋଗୀ ମାନେ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ନେତୃତ୍ୱରେ ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ ଓ ଶିକ୍ଷକ ଜିତେନ୍ଦ୍ର କୁମାର ବାରିକଙ୍କ ସହିତ ଗସ୍ତ କରିଥିଲେ। ଏହି ଖେଳାଳି ମାନେ ଜିଲ୍ଲା ତଥା ସ୍କୁଲ ପାଇଁ ଗୌରବ ଆଣିଥିବା ବେଳେ ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା, ବେଦାନ୍ତ ଆଲୁମିନା ସିଏଓ ପ୍ରଣବ କୁମାର ଭଟ୍ଟାଚାର୍ୟ୍ଯ, ଡେପୁଟି ସିଇଓ ଜି.ଜି ପାଲ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା ଓ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories