www.samajalive.in
Thursday, December 11, 2025
15.1 C
Bhubaneswar

ଭଡା ନ ଦେବାରୁ ଘର ଜାଳି ଦେଲେ ଘର ମାଲିକ – ଏମତି ଧରା ପଡିଲେ

ନ୍ୟୁୟର୍କ- ଆମେରିକାରେ ରଫିକ୍‌ ଇସଲାମ ନାମକ ବ୍ୟକ୍ତି ତାଙ୍କ ଭଡାଟିଆ ରହୁଥିବା ଘରକୁ ଜାଳି ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏହି ଘଟଣା ମାସେ ତଳେ ଘଟିଥିଲା । ସେପ୍ଟେମ୍ବର ମାସରେ ରଫିକ୍‌ ବ୍ରୁକ୍‌ଲିନ୍‌ ବିଲ୍ଡିଙ୍ଗର ଦ୍ୱିତୀୟ ମହଲାରେ ନିଆଁ ଲଗାଇବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏଠାରେ ତାଙ୍କର ଏକ ଘର ରହିଛି । ଜଣେ ବ୍ୟକ୍ତି ନିଜର ୬ ଜଣ ସନ୍ତାନଙ୍କ ସହ ସେହି ଘରେ ଭଡା ରହିଥିଲେ । ଗତ କିଛିମାସ ତଳେ ସେ ଘର ଭଡା ଦେବାକୁ ମନା କରିବା ସହ ଘରୁ ବାହାରି ନଥିଲେ ।

ସେପ୍ଟେମ୍ବର ମାସରେ ରଫିକ୍‌ ନିଜ ମୁହଁକୁ ଘୋଡାଇ ସେହି ଘରକୁ ଆସିବା ସହ ସେଥିରେ ନିଆଁ ଲଗାଇ ଚୁପ୍‌ ଚାପ ସେଠାରୁ ଚାଲିଯାଇଥିଲେ । ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନଥିଲେ, ଘରେ ରହୁଥିବା ବ୍ୟକ୍ତି ତାଙ୍କ ପିଲାମାନଙ୍କୁ ଛାତରୁ ତଳକୁ ପକାଇଥିଲେ । ତଳେ ଥିବା ଲୋକମାନେ ସେମାନଙ୍କୁ ଧରି ନେଇଥିଲେ । ନ୍ୟୁୟର୍କ ଅଗ୍ନିଶମ ବିଭାଗ ନିଆଁ ଲାଗିବାର କାରଣ ତଦନ୍ତ କରିବା ସମୟରେ କେହି ଜଣେ ନିଆଁ ଲଗାଇଥିବା ଜାଣିବା ପାଇଁ ପାଇଥିଲା । ପୁଲିସ ପକ୍ଷରୁ ହତ୍ୟା ଉଦ୍ୟମ ସହ ଅନେକ ମାମଲା ରୁଜୁ ହୋଇଥିଲା । ପରେ ଏଥିରେ ରଫିକ୍‌ର ସମ୍ପୃକ୍ତି ପ୍ରମାଣିତ ହୋଇଥିଲା ।

- Advertisement -

ରଫିକ୍‌ ପୂର୍ବରୁ ଆଇନର ଆଶ୍ରୟ ନେଇଥିଲା । ମାତ୍ର ଏଥିରେ ସାମାନ୍ୟ ବିଳମ୍ବ ହେବାରୁ ସେ ଏପରି କରିଥିବା କଥା ପୁଲିସ ଆଗରେ ସ୍ୱୀକାର କରିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories