www.samajalive.in
Tuesday, December 9, 2025
16.1 C
Bhubaneswar

ପାଣ ଖ୍ରୀଷ୍ଟିଆନ ଯୁବ ସମାଜ ଉଦଘାଟନ ଦିବସ ପାଳିତ

ଚାନ୍ଦିପୁଟ: ଗଜପତି ଜିଲ୍ଲା ମୋହନା ସ୍ଥିତ ଅନୁଗ୍ରହ ପୀଠରେ ପାଣ ଖ୍ରୀଷ୍ଟିଆନ ଯୁବ ସମାଜ ପକ୍ଷରୁ ଉଦଘାଟନ ଦିବସ ପାଳିତ ହୋଇଯାଇଛି। ହରିଚନ୍ଦନ ବେହେରାଙ୍କ ସଭାପତିତ୍ବ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫାଦର ମାର୍ଟିନ ଚିନ୍ତାମଣି, ପାଷ୍ଟର ସୁଧାଂଶୁ କରାଡ, ଫାଦର ଅଞ୍ଜନ ନାୟକ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ନୂତନ ଭାବେ ପ୍ରତିଷ୍ଠିତ ଏହି ସମାଜରେ ଉପସଭାପତି ଭାବେ ସଂପଦ କୁମାର ନାୟକ, ସମ୍ପାଦକ ଭାବେ ମନୋଜ କୁମାର ବସ୍ତରାୟ, ସହସମ୍ପାଦକ ଅମଳ କୁମାର ନାୟକ, କୋଷାଧ୍ୟକ୍ଷ ଆଶିଷ କୁମାର ନାୟକ ଓ ବୁଲୁ କୁମାର ନାୟକଙ୍କୁ କର୍ମକର୍ତ୍ତା ଭାବେ ଦାୟିତ୍ବ ଦିଆଯାଇଛି। ମୋହନା ବ୍ଳକର ବିଭିନ୍ନ ସ୍ଥାନରେ ଅଧିକାଂଶ ସଂଖ୍ୟାଲଘୁ ସଂପ୍ରଦାୟର ତଥା ଦଳିତ ଖ୍ରୀଷ୍ଟିଆନ ଦୀର୍ଘ ବର୍ଷ ଧରି ବସବାସ କରିଆସୁଥିବା ବେଳେ ଶିକ୍ଷା, ନିଯୁକ୍ତି, ଜମି ପଟ୍ଟା ଆଦି ବିଭିନ୍ନ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ବେଳେ ଏହି ଯୁବ ସମାଜ ସତେଚନମୂଳକ କାର୍ଯ୍ୟକ୍ରମ ହାତକୁ ନେବା ସହ ସରକାରଙ୍କ ଠାରେ ଦାବି କରିବା ମୂଳ ଲକ୍ଷ ବୋଲି ଉପଦେଷ୍ଟା ସାଗର ବଳିଆର ସିଂହ କହିଛନ୍ତି।‌ ପାଣ ଖ୍ରୀଷ୍ଟିଆନ ମାନଙ୍କୁ ପଛୁଆବର୍ଗ ଭାବେ ବିବେଚନା କରାଯାଉଥିଲେ ମୌଳିକ ସୁବିଧା ପାଇବାରୁ ଆଜି ବି ଅବହେଳିତ ବୋଲି କହିଛନ୍ତି ବିନୋଦ କୁମାର ନାୟକ। ଏହି ଅବସରରେ ଉପଦେଷ୍ଟା ମଣ୍ଡଳୀର କୈଳାସ ଚନ୍ଦ୍ର ନାୟକ, ମନୋଜ ବୀର, ଜ୍ୟୋତିରାଜ ନାୟକ, ମିଥୁଏଲ ଲିମାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories