ପାତ୍ରପୁର: ହଜିଯାଇଥିବା ଜଣେ ବିକୃତ ମସ୍ତିଷ୍କ ମହିଳାଙ୍କୁ ଉଦ୍ଧାର କରି ମାନବିକତା ଦେଖାଇଲେ ଦୁଇ ଟାଟା ପାୱାର ଅସ୍ଥାୟୀ (ଆଉଟ୍ ସୋର୍ସ) କର୍ମଚାରୀ। ଦିଗପହଣ୍ଡି ବ୍ଲକ୍ ବାଲିବାଡ ଗ୍ରାମର ଜଣେ ଆଦିବାସୀ ମହିଳା ଶିବାନୀ ନାୟକ ଗତକାଲି ଗ୍ରାମରୁ କେଉଁଆଡେ ନିଖୋଜ ହୋଇ ଯାଇଥିଲେ। ପରିବାର ବର୍ଗ ବହୁତ୍ ଖୋଜା ଖୋଜି କରି ତାଙ୍କରି ସନ୍ଧାନ ପାଇ ପାରି ନଥିଲେ।ତେବେ ପାତ୍ରପୁର ବ୍ଲକ୍ କଣ୍ଟା ଖାଳି ଗ୍ରାମର ବୀର ସାହୁ ଜମିକୁ ଘାସ କାଟିବା ସମୟରେ ହିଡ ପାର୍ଶ୍ଵରେ ଜଣେ ମହିଳା ପଡ଼ିଥିବା ଦେଖିବାକୁ ପାଇଲେ। ଏହା ପରେ ପୁଅକୁ ଖବର ଦେଇଥିଲେ। ଟାଟା ପାୱାରରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ପୁଅ ମଦନ ମୋହନ ସାହୁ, ସହକର୍ମୀ ମନୋଜ ଦାସ ଖବର ପାଇ ଜମିରେ ପହଞ୍ଚି ଥିଲେ। ପରେ ମହିଳାଙ୍କୁ ସେମାନଙ୍କ ଘର ଲୋକଙ୍କ ଜିମା ଦେଇଥିଲେ।
Popular Categories



