www.samajalive.in
Sunday, December 14, 2025
14.1 C
Bhubaneswar

ରମ୍ଭାଥାନା ନିକଟରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଗଞ୍ଜାମ: ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ରମ୍ଭାଥାନାଠାରୁ ମାତ୍ର କେଇ ମିଟର ଦୂରରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ମିଳିଥିବା ସୂଚନା ଅନୁସାରେ, ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୪ ନମ୍ବର ୱାର୍ଡର ଥାନାକୁ ଯିବା ରାସ୍ତା ଦକ୍ଷିଣ ପାର୍ଶ୍ଵରେ କୁଢ଼ କୁଢ଼ ଅଳିଆ ଗଦା ହୋଇଛି। ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ଦୁର୍ଗନ୍ଧ ପରିବେଶରେ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଏପରିକି ସେହି ରାସ୍ତାରେ ଥାନାକୁ ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳର ଲୋକମାନେ ଆସିଥାନ୍ତି। ଥାନା ନିକଟରେ ଥିବା ସାହିର ଲୋକମାନେ ମଧ୍ୟ ସେହି ରାସ୍ତାରେ ଯାତାୟତ କରିଥାନ୍ତି। ଅନ୍ୟ ପଟେ ସେହିପରି ଉକ୍ତ ରାସ୍ତା କଡ଼ରେ ଯାତ୍ରୀବାହୀ ଅଟୋଗୁଡ଼ିକ ମଧ୍ୟ ପାର୍କିଂ ହୋଇଥାଏ। ଏସବୁ ସତ୍ତ୍ବେ ସେଠାରେ କିଭଳି ଅଳିଆ ଗଦା ହେଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories