www.samajalive.in
Sunday, December 14, 2025
14.1 C
Bhubaneswar

କୃଷି ଯାନ୍ତ୍ରିକ ମେଳାର ୨ୟ ଦିବସ

ଆଠଗଡ଼: କୃଷି ଓ କୃଷକର ବିକାଶ ଏବଂ କୃଷି କ୍ଷେତ୍ରରେ ଯନ୍ତ୍ରପାତିର ଉପଯୋଗ ପାଇଁ ଚାଷୀଙ୍କୁ ସଚେତନ ଓ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଠଗଡ଼ରେ ଗୁରୁବାରଠାରୁ ୩ଦିନ ବ୍ୟାପୀ ଉପଖଣ୍ଡସ୍ତରୀୟ କୃଷି ଯାନ୍ତ୍ରିକ ମେଳା ଅନୁଷ୍ଠିତ ହେଉଛି। ଗୁରୁବାର ଏହାକୁ କୃଷି, କୃଷକ ସଶକ୍ତିକରଣ, ମତ୍ସ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦ୍‌‌ଘାଟନ କରିଥିଲେ। ଏହି ମେଳାରେ ୪୦ଟି ଷ୍ଟଲରେ କୃଷି କ୍ଷେତ୍ରରେ ଉପଯୋଗ ହେଉଥିବା ଟ୍ରାକ୍ଟର, ପାୱାର ଟିଲର, ଧାନକଟା ଓ ଧାନ ଅମଳ ମେସିନ, ଧାନ ରୁଆ ଓ ଘାସ ଉପୁଡା ମେସିନ ଠାରୁ ଆରମ୍ଭ କରି ବହୁ ପ୍ରକାରର କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ କିଣାବିକା ହେଉଛି। ୨ଦିନ ମଧ୍ୟରେ ଆଠଗଡ଼ ଅଞ୍ଚଳର ଚାଷୀମାନେ ୨୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ କୃଷି ଯନ୍ତ୍ରପାତି କ୍ରୟ କରିସାରିଥିବା ଜଣାପଡ଼ିଛି।

୨ୟ ଦିନରେ ଆଠଗଡ଼ ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବୀନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ କଟକ ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବୈଷୟିକ ଜ୍ଞାନ କୌଶଳ ଏବଂ ଉନ୍ନତମାନର ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ଦ୍ୱାରା କୃଷି ଉତ୍ପାଦନ ବୃଦ୍ଧି ପାଇବା ସହିତ ଚାଷୀମାନେ ଲାଭବାନ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକମାନଙ୍କର ସାମଗ୍ରିକ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇଆସିଛନ୍ତି। ଆଠଗଡ଼ ଉପଖଣ୍ଡର ଚାଷୀମାନେ ପାରମ୍ପରିକ ଧାନ ଓ ଅନ୍ୟାନ୍ୟ ଚାଷ ସହିତ ଅନ୍ୟ ଲାଭକାରୀ ଫସଲ ଯଥା ମାଣ୍ଡିଆ, ଡାଲି ଜାତୀୟ ଫସଲ, ଫୁଲ, ଫଳ, ପନିପରିବା ସହ ମତ୍ସ ଓ ପ୍ରାଣୀ ପାଳନ ଆଦି କରିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ଏହି କୃଷିମେଳା ୩ଦିନ ଧରି ଚାଲିବାକୁ ଥିବାବେଳେ ଚାଷୀଭାଇମାନେ ଏଠାରୁ ଆବଶ୍ୟକୀୟ କୃଷି ଯନ୍ତ୍ରପାତି ସରକାରୀ ରିଆତି ଦରରେ ସିଧାସଳଖ କିଣିପାରିବେ ବୋଲି ଆତ୍ମା ଅଧ୍ୟକ୍ଷ ଶ୍ରୀ ରାଉତ ଏବଂ ଅନ୍ୟ ଅତିଥିମାନେ ପ୍ରକାଶ କରିଥିଲେ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories