ଏବେ ବଜାରରେ ମିଳିବ ସରକାରୀ ଭାରତ ଅଟା- ଦାମ ରହିଛି ଏତିକି
ନୂଆଦିଲ୍ଲୀ – ବଜାରରେ ଏବେ ଅଟା କିଲୋ ତିରିଶ ଟଙ୍କାରୁ ଅଧିକ । ବ୍ରାଣ୍ଡେଡ୍ ଅଟା ଏବଂ କିଲୋ ପ୍ରତି ୪୦ରୁ ୫୦ ଟଙ୍କା । ସରକାରଙ୍କୁ ପକ୍ଷରୁ ଏବେ ବଜାରରେ ଭାରତ ଅଟାର ୧୦ କିଲୋ ପ୍ୟାକେଟ୍ ଉପଲବ୍ଧ ହେବ । ଏହାର ଦାମ ପ୍ରତି ୧୦ କିଲୋ ପ୍ୟାକେଟ୍ ୨୭୫ ଟଙ୍କା ରହିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଚ ସ୍ତରୀୟ ବୈଠକ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି ।
କେନ୍ଦ୍ରୀୟ ଉପଭୋକ୍ତା ମାମଲାର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରତିକିଲୋ ଏହାର ଦାମ ୨୭.୫୦ ଟଙ୍କା ରହିବ । ଏହି ଅଟା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରାକାରଙ୍କ ପକ୍ଷରୁ ଅଢେଇ ଲକ୍ଷ ଟନ୍ ଗହମ ଯୋଗାଇ ଦିଆଯାଇଛି ।
ଏହା ପୂର୍ବରୁ ସରକାଙ୍କ ପକ୍ଷରୁ ଭାରତ ଡାଲ୍ ନାମକ ଶସ୍ତା ଚଣା ଡାଲି ବିକ୍ରି କରାଯାଉଛି । ଏହାର ଏକ କିଲୋ ପ୍ୟାକେଟ୍ ମିଳୁଥିବା ବେଳେ , କିଲୋପ୍ରତି ଏହାର ଦାମ ୬୦ ଟଙ୍କା ରହିଛି ।
Comments are closed.