www.samajalive.in
Saturday, December 6, 2025
26.1 C
Bhubaneswar

ରେଭ୍‌ ପାର୍ଟିରେ ସାପ: ଏଲ୍‌ଭିସ୍‌ ଯାଦବଙ୍କ ନାଁରେ ମାମଲା ରୁଜୁ, ୫ ସହଯୋଗୀ ଗିରଫ

ନୋଏଡ଼ା: ଅଡ଼ୁଆରେ ‘ବିଗ୍‌ ବସ୍ ଓଟିଟି’ ବିଜେତା ତଥା ଲୋକପ୍ରିୟ ୟୁଟ୍ୟୁବର ଏଲ୍‌ଭିସ୍‌ ଯାଦବ। ଏଲ୍‌ଭିସ୍‌ଙ୍କ ନାଁରେ ଥାନାରେ ମାମଲା। ନୋଏଡ଼ା ସମେତ ଏନସିଆରର ଅନ୍ୟ ସହରମାନଙ୍କରେ ରେଭ୍‌ ପାର୍ଟି କରିବା ଏବଂ ଏଥିରେ ସାପ ଓ ସାପ ବିଷ କାରବାର ଘଟଣାରେ ନୋଏଡ଼ାର ସେକ୍ଟର-୪୯ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏଥିସହ ଏଲ୍‌ଭିସ୍‌ଙ୍କ ୫ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବା ଶୁକ୍ରବାର ପୁଲିସ ସୂଚନା ଦେଇଛି। ଗିରଫ ସହଯୋଗୀମାନେ କହିଛନ୍ତି ଯେ, ସେମାନେ ଏଲ୍‌ଭିସ୍‌ ଯାଦବଙ୍କୁ ସାପ ଓ ସାପ ବିଷ ଯୋଗାଉଥିଲେ।

ଗୁରୁବାର ରାତିରେ ନୋଏଡ଼ାରେ ଚାଲିଥିବା ଏକ ରେଭ୍‌ ପାର୍ଟିରେ ଚଢ଼ାଉ କରି ପୁଲିସ ଏଲ୍‌ଭିସ୍‌ ଯାଦବଙ୍କ ୫ଜଣ ସହଯୋଗୀଙ୍କୁ ଗିରଫ କରିଛି। ୫ ସହଯୋଗୀଙ୍କ ସମେତ ଏଲ୍‌ଭିସ୍‌ଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି ବୋଲି ପୁଲିସସୂତ୍ରରୁ ପ୍ରକାଶ। ଗିରଫ ୫ ସହଯୋଗୀ ହେଉଛନ୍ତି ରାହୁଲ୍‌, ଟିଟୁନାଥ, ଜୟକରଣ, ନାରାୟଣ ଓ ରବିନାଥ। ଚଢ଼ାଉ ବେଳେ ସେମାନଙ୍କ ନିକଟରୁ ୨୦ ମିଲିଗ୍ରାମ୍‌ ସାପବିଷ ଓ ୯ଟି ବିଷଧର ସାପ ଉଦ୍ଧାର କରାଯାଇଛି।

- Advertisement -

ସାଂସଦ ମେନକା ଗାନ୍ଧୀଙ୍କ ‘ପିପୁଲ୍‌ ଫର୍‌ ଆନିମଲ୍‌’ ଏନ୍‌ଜିଓର ପ୍ରାଣୀ ମଙ୍ଗଳ ଅଧିକାରୀ ଗୌରବ ଗୁପ୍ତା ଏହି ରେଭ୍‌ ପାର୍ଟି ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକାରୀ ନୋଏଡ଼ା ପୁଲିସକୁ କହିଥିଲେ ଯେ, ନୋଇଡ଼ା ଫାର୍ମହାଉସ୍‌ରେ ଏଲ୍‌ଭିସ୍‌ ସାପବିଷ ଓ ଜିଅନ୍ତା ସାପଙ୍କ ସହିତ ଭିଡିଓ ଉଠାଉଥିବା ସୂଚନା ତାଙ୍କ ନିକଟରେ ଅଛି। ବେଆଇନ ଭାବେ ଆୟୋଜିତ ଏହି ରେଭ୍‌ ପାର୍ଟିକୁ ନିୟମିତ ବିଦେଶୀ ଝିଅମାନଙ୍କୁ ଡକାଯାଉଛି।

ଅପରପକ୍ଷେ, ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହି ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଏଲ୍‌ଭିସ୍‌ ଯାଦବ। ଏକ ଭିଡିଓ ଜାରି କରି ସେ କହିଛନ୍ତି, ତାଙ୍କର ଏଥିରେ ୧ ପ୍ରତିଶତ ମଧ୍ୟ ସମ୍ପୃକ୍ତି ନାହିଁ। ସେ ପୁଲିସ ଓ ପ୍ରଶାସନକୁ ଘଟଣାରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories