www.samajalive.in
Saturday, December 6, 2025
14.1 C
Bhubaneswar

ଦିନ ଦ୍ୱିପ୍ରହରରେ ଚୋରି , ତାଲା ଭାଙ୍ଗି ଲୁଟି ନେଲେ ସୁନା ଅଳଙ୍କାର

ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମର କୃଷ୍ଣ ଚନ୍ଦ୍ର ପଲାଇଙ୍କ ଘରୁ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଚୋରି  ହୋଇଥିବା ଜଣାପଡିଛି । ଫଳରେ ଏହାକୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣା ସ୍ଥଳରେ ଗଞ୍ଜାମ ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରଛି। ଘଟଣା ଘଟିଛି ଗଞ୍ଜାମ ଥାନା ଠାରୁ ମାତ୍ର କିଛି ମିଟର ଦୂରରେ।
ସୂଚନା ଯୋଗ୍ୟ  ଲୁଟେରା ମାନେ ଏକ ସ୍କର୍ପିଓ ଗାଡ଼ିରେ ଆସି ପ୍ରଥମେ ଗ୍ରିଲ ତାଲାକୁ ଭାଙ୍ଗି ଘରେ ପଶି ଗଡ଼ରେଜ ତାଲାକୁ ତାଡି ଦୁଇ ଭରି ଓଜନର ସୁନା ମଙ୍ଗଳସୂତ୍ର କିଛି ଟଙ୍କା ନେଇ ଯାଇଥିବା ଘର ମାଲିକ କୃଷ୍ଣ କହିଛନ୍ତି । କୃଷ୍ଣଙ୍କ କହିବା ଅନୁସାରେ ଗାଁ ଭିତରେ ଶ୍ୱଶୁର ଘରକୁ ତାଙ୍କ ସ୍ତ୍ରୀ ଯାଇଥିଲେ। ସେ ମଧ୍ୟ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ସେଠାରେ ଥିଲେ। ସେଠାରୁ ଫେରି ଦେଖିଲେ ଘର ଖୋଲା ଅଛି ଆଉ ଜଣେ ଲୋକ ହାତରେ ଛୋଟ ଶାବଳ ଧରି ଘରୁ ପଦାକୁ ଆସୁଛି । ତାକୁ ଦେଖି କୃଷ୍ଣ କିଏ ତୁମେ ପଚାରିବାରୁ ଦୁର୍ବୃତ୍ତ ଜଣକୁ ଘର ମାଲିକ ତାଙ୍କୁ ପଠାଇଥିବା କହି ତାଙ୍କୁ ଧକ୍କା ମାରି ସ୍କର୍ପିଓ ଗାଡ଼ିରେ ସେଠାରୁ ଚମ୍ପଟ ମାରିଥିଲେ । କୃଷ୍ଣ ଘରକୁ ଯାଇ ଦେଖିଲା ବେଳକୁ ଆଲମାରୀ ଭାଙ୍ଗି ବିଭିନ୍ନ ସାମଗ୍ରୀ ଫୋପଡ଼ା ଫୋପାଡ଼ି ସୁନା ମଙ୍ଗଳସୂତ୍ର ନେଇ ଯାଇଥିବା ଦେଖିଥିଲେ। ପରେ ଏହି ଘଟଣା ସମ୍ପର୍କରେ ଥାନାକୁ ଖବର ଦିଆଯାଇଥିଲା । ଖବର ପାଇ ଗଞ୍ଜାମ ଥାନା ପୁଲିସ  ଘଟଣାସ୍ଥଳକୁ ଆସି ଛାନଭିନ ଆରମ୍ଭ କରିଛନ୍ତି। ସ୍କର୍ପିଓଟି ଗାଁ ଭିତର ଦେଇ ଯାଇଥିବା ହେତୁ ସିସିଟିଭି ଯାଞ୍ଚ କରିଛି ପୁଲିସ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories