www.samajalive.in
Saturday, December 6, 2025
23.1 C
Bhubaneswar

ଜାକେଲାରେ ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା

ନୟାଗଡ଼: ନୟାଗଡ ଜିଲା ଅନ୍ତର୍ଗତ ଖଣ୍ଡପଡା ବ୍ଲକ୍ କୁମ୍ଭାରପଡା ପଞ୍ଚାୟତର ଜାକେଲା କଲୋନୀ ଗ୍ରାମରେ ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଭାପତି ସୁରିଆ ନାଏକଙ୍କ ନେତୃତ୍ବରେ ମା ମଙ୍ଗଳାଙ୍କ ଝାମୁଯାତ୍ରା ବହୁ ଆଡମ୍ବରରେ ପାଳିତ ହୋଇଛି।

ପୁରାତନ ପରମ୍ପରା ଅନୁଯାଇ ଆଶ୍ବିନ ମାସ ପ୍ରଥମ ମଙ୍ଗଳବାରରେ ମା’ଙ୍କ ଆଗମନ ହୁଏ ଏବଂ କୁମାର ପୁର୍ଣ୍ଣିମା ଦିନ ମା’ ମଙ୍ଗଳାଙ୍କ ଝାମୁଯାତ୍ରା ହୁଏ। ବରିଷ୍ଠ ଲୋକଙ୍କ କହିବା ଅନୁଯାୟୀ ଏଠାକାର ପରମ୍ପରା ବହୁତ ପୁରାତନ ଏବଂଏଠାରେ ଅନେକଙ୍କ ମାନସିକଧାରୀଙ୍କ ମାନସିକ ପୂରଣ ହୋଇଥିବା ନଜୀର ରହିଛି। ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଅବସରରେ କଳସ ଯାତ୍ରା, ସଂକୀର୍ତ୍ତନ, ଝାମୁଯାତ୍ରା, ରାମ ନାଟକ, ପ୍ରସାଦ ସେବନ ଏବଂ ମେଲୋଡିର ଆୟୋଜିତ ହୋଇଥିଲା। ଝାମୁ ଯାତ୍ରାରେ ମୁଖ୍ୟ କାଳିସୀ କୁଳମଣୀ ନାଏକ, ବରୁଣ ନାଏକ, ପ୍ରକାଶ ନାଏକ, ବାବାଜି ଭୁୟାଁ , ମାଟିଆ ନାଏକ ଚାଲିଥିଲେ।

- Advertisement -

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସମାଜସେବୀ ଦୁଷ୍ମନ୍ତ କୁମାର ସ୍ବାଇଁ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟନାରାୟଣ ପ୍ରଧାନ, ଅର୍ଚ୍ଚନା ଦାସ, ଶକ୍ତିକାନ୍ତ ସାହୁ, ଜାକେଲା ଗାଁର ସଭାପତି ସୁରିଆ ନାଏକ, ପ୍ରଦୀପ ନାଏକ, ସଞ୍ଜୟ ଲେଙ୍କା, ମାନସ ପ୍ରଧାନ, ଦୟାନିଧି ଭୁୟାଁ, ଅନାଦି ପ୍ରଧାନ, ଗ୍ରାମର ୱାର୍ଡ ମେମ୍ବର କୁବେର ନାଏକ, ସରପଞ୍ଚ ଚିନ୍ମୟ ପଣ୍ଡା ଏବଂ ଆଞ୍ଚଳିକ ବିଦ୍ୟାଳୟର ଅନେକ ଶିକ୍ଷକ ଯୋଗଦେଇଥିଲେ।

ଜାକେଲା ଗ୍ରାମ ଯୁବକ ସଂଘର ଶିଶିର, ଜିତୁ, ଇଲୁ, ବରୁଣ, ବିଶୁ, ରାଜେଶ, ପିଲୁ, ମୁନା, ତାପସ, ରାଜା, କହ୍ନେଇ, ରଞ୍ଜନ, ନଣ୍ଡା, ସୁମ, ହେମ, ସିଲୁ, କାଳୁ,ବାପି, ଗଣେଶ, ବିକାଶ, ଗୟା, ଟିକିନ, ସନ୍ତୋଷ, ମାନସ, ଅନାଦି ଏବଂ ସମସ୍ତ ସଦସ୍ୟଙ୍କ ସହଯୋଗରେ ଜାକେଲାରେ ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଶାନ୍ତିଶୃଙ୍ଖଳାର ସହ ଆୟୋଜିତ ହେଇଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories