www.samajalive.in
Saturday, December 6, 2025
26.1 C
Bhubaneswar

ଶୀତଦିନ : ଖାଦ୍ୟରେ ଏହି ୫ଟି ଜିନିଷ କରନ୍ତୁ ସାମିଲ..

ପାଗରେ ପରିବର୍ତ୍ତନ ସହ ଶୀତ ଦିନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ନିଜ ଖାଦ୍ୟରେ କିଛି ସ୍ୱତନ୍ତ୍ର ଖାଦ୍ୟ ଜିନିଷ ସାମିଲ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହାସହ ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ। ଜାଣନ୍ତୁ..
ଲବଙ୍ଗ – ଏହା ରୋଷେଇ ଘରେ ବ୍ୟବହୃତ ମସଲା ମଧ୍ୟରୁ ଗୋଟିଏ। ଲବଙ୍ଗରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ରୋରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଜଭୂତ କରିଥାଏ।
ଅଦା ଯେକୌଣସି ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା ଦ୍ୱାରା ଏହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ଆୟୁର୍ବେଦରେ ମଧ୍ୟ ଏହାର ଉପକାରୀ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ପ୍ରଚୁର ମାତ୍ରାରେ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

ଖରାବେଳେ ଛଣାଛଣି ଖାଦ୍ୟ ଖାଉଛନ୍ତି କି?

ହଳଦୀ – ହଳଦୀ ଔଷଧୀୟ ଗୁଣରେ ଭରପୁର। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଶରୀରକୁ ରୋଗରୁ ଦୂରେଇ ରଖିଥାଏ। ପାଗରେ ପରିବର୍ତ୍ତନ ସହ ଶୀତଦିନେ ହଳଦୀ ନିଶ୍ଚୟ ସେବନ କରନ୍ତୁ।
ମୁଗଡାଲି – ମୁଗଡାଲି ସାଧାରଣତଃ ଶରୀରରେ ପ୍ରୋଟିନ୍‌‌ର ଅଭାବ ପୂରଣ କରିଥାଏ। ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଗୋଲମରିଚର ବ୍ୟବହାର ଚା’ ସହ ଅନ୍ୟାନ୍ୟ ଜିନିଷ ପ୍ରସ୍ତୁତିରେ ମଧ୍ୟ ହୋଇଥାଏ। କାଢାରେ ଗୋଲମରିଚ ବ୍ୟବହାର କରି ପିଇବା ଦ୍ୱାରା ଥଣ୍ଡା କାଶ ଦୂର ହୋଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories